କୃଷି ଆଇନକୁ ବିରୋଧ : ଇସ୍ତଫା ଦେଲେ ପଞ୍ଜାବ DIG ଲଖମିନ୍ଦର ସିଂହ ଜାଖଡ୍

Published By : Prameya-News7 Bureau | December 13, 2020 IST

ନୂଆଦିଲ୍ଲୀ ୧୩/୧୨ :  କୃଷି ବିଲକୁ ବିରୋଧ କରି ଏବେବି ଚାଷୀମାନଙ୍କର ଆନ୍ଦୋଳନ ଜାରି ରହିଛି । ଚାଷୀଙ୍କ ସମର୍ଥନରେ ଅନେକ ସମାଜସେବୀ, ରାଜନେତା ସାମ୍ନାକୁ ଆସିଛନ୍ତି । ଏବେ ସେହିକ୍ରମରେ ଆଉ ଜଣେ ବ୍ୟକ୍ତି ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି । ପଞ୍ଜାବର ପୋଲିସ ଡିଆଇଜି ଲଖମିନ୍ଦର ସିଂହ ଜାଖଡ କୃଷି ଆଇନକୁ ବିରୋଧ କରିବା ସହିତ ତାଙ୍କ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

{"id":376813,"sizeSlug":"large","linkDestination":"none"}

ଲଖମିନ୍ଦର ସିଂହ କହିଛନ୍ତି ଯେ, ଗତ ଶନିବାର ଦିନ ସେ ରାଜ୍ୟ ସରକାରଙ୍କୁ ଇସ୍ତଫା ପତ୍ର ଦେଇସାରିଛନ୍ତି । ନୂଆ କୃଷି ଆଇନ ବିରୋଧରେ ପଞ୍ଜାବ, ହରିୟାଣା ସମେତ ଅନ୍ୟ ରାଜ୍ୟମାନଙ୍କରେ ହଜାର ହଜାର ଚାଷୀ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ଏହା ସହିତ ଦିଲ୍ଲୀର ପ୍ରମୁଖ ପ୍ରବେଶ ପଥକୁ ମଧ୍ୟ ବନ୍ଦ କରିଛନ୍ତି ।

ଏହା ପୂର୍ବରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ କହିଥିଲେ କି ସେ କୃଷି ଆଇନକୁ ବିରୋଧ କରି ନିଜର ପଦ୍ମ ବିଭୂଷଣ ପୁରସ୍କାର ଫେରାଇ ଦେଇଛନ୍ତି । ଏସଏଡି ନେତା ସୁଖଦେବ ସିଂ ଡିଣ୍ଡସା କୃଷକମାନଙ୍କୁ ସମର୍ଥନ କରି ନିଜର ପଦ୍ମ ଭୂଷଣ ପୁରସ୍କାର ଫେରାଇବା ପାଇଁ ଘୋଷଣା କରିଛନ୍ତି । ସେହିଭଳି ପଞ୍ଜାବର ଅନେକ ଅନ୍ତରାଷ୍ଟ୍ରୀୟ ଖେଳାଳି ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି । ପ୍ରଖ୍ୟାତ କବି ସୁରଜୀତ ପାତର ମଧ୍ୟ ନିଜର ପଦ୍ମଶ୍ରୀ ପୁରସ୍କାର ଫେରାଇବା ପାଇଁ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.