ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହଙ୍କ ପୁଅ ବାହାଘର: ନିଜେ କାର୍ ଚଲାଇ ପୁଅକୁ ଗୁରୁଦ୍ୱାରାରେ ପହଞ୍ଚାଇଲେ ଚନ୍ନି

Published By : Prameya-News7 Bureau | October 10, 2021 IST

ଚଣ୍ଡୀଗଡ଼ ୧୦/୧୦ : ରବିବାର ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଅତି ସାଧାରଣ ଅନ୍ଦାଜ ନଜର ଆସିଛି। ନିଜ ପୁଅ ନବଜୀତ ସିଂହଙ୍କ ବାହାଘରରେ ସେ ନିଜେ କାର ଚଲାଇ ନିଜ ବାସଭବନରୁ ଗୁରୁଦ୍ୱାରା ସଚ୍ଚା ଧନ ସାହିବରେ ପହଞ୍ଚିଥିଲେ। ନବଜୀତ ସିଂହଙ୍କ ବାହାଘର ଡେରାବସ୍ସି ନିକଟସ୍ଥ ଅମଲାଲା ଗାଁର ଇଞ୍ଜିନିୟରିଙ୍ଗ ଗ୍ରାଜୁଏଟ ସିମରନ୍ଧିର କୌରଙ୍କ ସହ ହୋଇଛି।

{"id":525218,"width":640,"height":483,"sizeSlug":"full","linkDestination":"none"}

ତାଙ୍କ ବିବାହ ବେଶୀ ଜାକଜମକରେ ନ ହୋଇ ସାମାନ୍ୟ ଅନ୍ଦାଜରେ ହୋଇଛି। ଏହି ଅବସରରେ ପଞ୍ଜାବ କ୍ୟାବିନେଟରେ ଅନେକ ମନ୍ତ୍ରୀ ସାମିଲ ହୋଇଛନ୍ତି।

{"id":525209,"sizeSlug":"full","linkDestination":"none"}

ପୁଅ ବାହାଘରରେ ଚରଣଜିତ ସିଂହ ନିଜେ କାର ଚଲାଇ ପୁଅକୁ ବିବାହ କାର୍ଯ୍ୟକ୍ରମ ସ୍ଥଳକୁ ନେଇଯାଇଥିଲେ। ସମାରୋହ ଏକ ସାଧାରଣ କାର୍ଯ୍ୟକ୍ରମ ଭଳି ସମ୍ପନ୍ନ ହୋଇଛି। ପ୍ରୋଟୋକଲ ଅନୁଯାୟୀ ମୁଖ୍ୟମନ୍ତ୍ରୀ କଡା ସୁରକ୍ଷା ବ୍ୟବସ୍ଥା କରାଇଥିଲେ।

{"id":525210,"sizeSlug":"full","linkDestination":"none"}

ବିବାହର ସମସ୍ତ ରୀତିନୀତି ଗୁରୁଦ୍ୱାରାରେ 'ଆନନ୍ଦ କାରଜ' ସମାରୋହ ଆୟୋଜିତ କରାଯାଇଛି। ରିସେପ୍ସନ ସୋମବାର ଦିନ ଖରାର ନିକଟସ୍ଥ ଏକ ହୋଟେଲରେ ଅନୁଷ୍ଠିତ ହେବ।

{"id":525211,"sizeSlug":"full","linkDestination":"none"}
{"id":525215,"width":625,"height":473,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.