ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସିଏମ୍‌ ଚରଣଜିତ୍‌‌ ସିଂହ ଚନ୍ନି, କୃଷି ଆଇନ ପ୍ରତ୍ୟାହାର ପାଇଁ କଲେ ଆଲୋଚନା !

1/10/2021 at 5:52 PM

ନୂଆଦିଲ୍ଲୀ ୦୧/୧୦ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ସିଏମ୍‌ ଚନ୍ନି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଆବାସକୁ ଯାଇ ମୋଦିଙ୍କ ସହ ସାକ୍ଷାତ କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି । ଗତ ସେପ୍ଟେମ୍ବର ୨୦ ତାରିଖରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଚରଣଜିତ୍‌ ସିଂହ ଚନ୍ନି ।

ମୋଦି ଏବଂ ଚନ୍ନିଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ସୂଚନା ମିଳୁଛି ଯେ, ଅକ୍ଟୋବର ୧ ତାରିଖରୁ ପଞ୍ଜାବରେ ଧାନ କିଣା ପ୍ରକ୍ରିୟାକୁ ସ୍ଥଗିତ ରଖିବା ଘୋଷଣାକୁ ପ୍ରତ୍ୟାହାର କରିବା ପାଇଁ ଚନ୍ନି, ମୋଦିଙ୍କୁ ଅନୁରୋଧ କରିଥାଇପାରନ୍ତି । ଏହ ବ୍ୟତିତ ଦୀର୍ଘ ଦିନ ଧରି ଜାରି ରହିଥିବା ଚାଷୀ ଆନ୍ଦୋନ ବାବଦରେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଖବର ମିଳିଛି ।

ଧାନ କିଣା ପ୍ରାୟତଃ ଅକ୍ଟୋବର ପହିଲାରୁ ଆରମ୍ଭ ହୋଇଥାଏ । କିନ୍ତୁ କେନ୍ଦ୍ର ସରକାର ଧାନ କ୍ରୟ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଥିଲେ । ତେବେ ଏହାକୁ ନେଇ ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ ଚନ୍ନି । ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରଠାରୁ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିବେ ବୋଲି କହିଥିଲେ ଚନ୍ନି । ଯଦି ଏହା ସମ୍ଭବପର ନହୁଏ ତେବେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଥିଲେ ।

   Related Posts