ବିବାହ ବନ୍ଧନରେ ବାନ୍ଧିହେଲେ ପଞ୍ଜାବ CM, କନ୍ୟାଦାନ କଲେ କେଜ୍ରିଓ୍ୱାଲ: ଡଃ ଗୁରପ୍ରୀତଙ୍କ ସହ ସାମ୍ନାକୁ ଆସିଲା ଫଟୋ

Published By : Prameya-News7 Bureau | July 07, 2022 IST

ଚଣ୍ଡୀଗଡ ୦୭/୦୭: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଏହି ବନ୍ଧନରେ ବାନ୍ଧି ହୋଇଛନ୍ତି । ଚଣ୍ଡୀଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସିଏମ୍ ମାନ ଡଃ ଗୁରୁପ୍ରୀତ କୌରଙ୍କୁ ବିବାହ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି କନଭେନର ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଏଏପି ସାଂସଦ ରାଘବ ଚଡ୍ଡା ସାମିଲ ହୋଇଥିଲେ ।

ତେବେ ଅରବିନ୍ଦ କେଜରିଓ୍ୱାଲ୍ ଏହି ବିବାହର ଥିଲେ ମୁଖ୍ୟ ଆକର୍ଷଣ । କାରଣ ବାପା ସାଜି ଉଭୟଙ୍କ କରିଥିଲେ କନ୍ୟାଦାନ । ସିଏମ୍ ମାନ୍ ଏବଂ ଡଃ ଗୁରୁପ୍ରୀତ କୌରଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସିଏମ୍ ମାନ ଏବଂ ଡଃ ଗୁରୁପ୍ରୀତ କୌର ଏକାଠି ବସିଛନ୍ତି ।

ଉଭୟ ହସୁଥିବା ଦେଖାଯାଉଛି । ଡଃ ଗୁରୁପ୍ରୀତ କୌର ନାଲି ଯୋଡା ଥିବାବେଳେ ସିଏମ୍ ମାନ ହଳଦିଆ ପଗଡି ଏବଂ ଗୋଲଡେନ୍ କୁର୍ତ୍ତା-ପାଇଜାମା ପିନ୍ଧିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଠାରେ ପିତାଙ୍କ ରୀତିନୀତି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.