AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ନିଶା ବେପାରୀଙ୍କ ସମ୍ପତ୍ତି ହେବ ବାଜ୍ୟାପ୍ତ, ପୋଲିସକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କ କଡା ନିର୍ଦ୍ଦେଶ

3/01/2023 at 10:11 PM

ଚଣ୍ଡିଗଡ: ପଞ୍ଜାବରେ ନିଶା ବେପାରୀଙ୍କ ଉପରେ ଲଗାମ ଲଗାଇବା ପାଇଁ ରାଜ୍ୟ ସରକାର ଆକ୍ସନ ମୋଡକୁ ଆସିଛନ୍ତି । ନିଶା ବେପାରୀଙ୍କୁ ଧରିବା ପରେ ସେମାନଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ୍‌ଙ୍କ ଅଧ୍ୟକ୍ଷତାରେ ପୋଲିସ ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ନିଶା ଛଡା ଆଇନ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଏହାସହ ଗାଁ ଗୁଡିକୁ ନିଶାମୁକ୍ତ କରିବା ପାଇଁ ପ୍ରସ୍ତାବ ପାରିତ କରୁଥିବା ପଞ୍ଚାୟତ ଗୁଡିକୁ ଗ୍ରାମୀଣ ବିକାଶ ପାଣ୍ଠିରୁ ଅଧିକ ଅନୁଦାନ ଦିଆଯିବ ବୋଲି ଘୋଷଣା କରାଯାଇଛି ।

ପଞ୍ଜାବ ପୋଲିସ ନିଶାମୁକ୍ତି ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି, ଅନ୍ୟପଟେ କିନ୍ତୁ ସୀମା ଆରପଟୁ ବେଆଇନ ନିଶାଦ୍ରବ୍ୟ ଚାଳନା ଏବେବି ଏକ ବଡ ଆହ୍ୱାନ ହୋଇ ରହିଛି । ଏହାକୁ କାବୁ କରିବା ଏବଂ ଆଇନ ବ୍ୟବସ୍ଥାକୁ ଅଧିକ ସୃଦୁଢ କରିବା ପାଇଁ ଅଧିକାରୀଙ୍କୁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ସିଏମ୍ ମାନ୍ ।

ଗତ ପଞ୍ଜାବ ପୋଲିସ ୧୬ ହଜାର ୭୯୮ ଜଣ ନିଶା ବେପାରୀଙ୍କୁ ଗିରଫ କରିଥିଲା । ଏଥିରେ ୨୧୬ ଜଣ ବଡ଼ ବ୍ୟବସାୟୀ ଥିଲେ । ଗତ ବର୍ଷ ୬୯୦ କେଜି ଅଫିମ, ୭୨୯.୫ କେଜି ହେରୋଇନ, ୧୩୯୬ କେଜି ଗଞ୍ଜେଇ, ୬୦.୧୩ ଲକ୍ଷର ନିଶା ଔଷଧ ଏବଂ ୧୧.୫୯ କୋଟି ଟଙ୍କାର ଡ୍ରଗ୍ସ ଟଙ୍କା ଜବତ କରାଯାଇଥିଲା ।

   Related Posts