ଅଗ୍ନିପଥ ଯୋଜନାକୁ ବିରୋଧ: ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ନିଷ୍ପତ୍ତି ନେଲା ପଞ୍ଜାବ

Published By : Prameya-News7 Bureau | June 30, 2022 IST

ଚଣ୍ଡିଗଡ଼: ଅଗ୍ନିପଥ ଯୋଜନାକୁ ନେଇ ବିକ୍ଷୋଭ ହେଲା। କୋଟି କୋଟି ସମ୍ପତ୍ତି ନଷ୍ଟ ହେଲା। ହଙ୍ଗାମା ପୋଡ଼ାଜଳା ପରେ ଶେଷରେ ଚାକିରା ପାଇଁ ଆବେଦନ କଲେ ଲକ୍ଷାଧିକ ଯୁବକ। ହେଲେ ତଥାପି ବି ଏହି ଯୋଜନାକୁ ଗ୍ରହଣ କରିପାରୁ ନାହାନ୍ତି ବିରୋଧୀ।  ଆଜି(ଜୁନ ୩୦) ଅଗ୍ନିପଥ ଯୋଜନା ବିରୋଧରେ ପଞ୍ଜାବ ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଛି। ପଞ୍ଜାବ ଦେଶରେ ପ୍ରଥମ ରାଜ୍ୟ ଭାବେ ଏପରି ପ୍ରସ୍ତାବ ପାରିତ କରିଛି।

ବିଧାନସଭାରେ ବିରୋଧ ପ୍ରସ୍ତାବ ପାରିତ କଲାବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଅଗ୍ନିପଥ ୟୋଜନାକୁ ସମାଲୋଚନା କରିଥିଲେ। କେନ୍ଦ୍ର ସରକାର ଏହାକୁ ଏକତରଫା ଘୋଷଣା କରିଛନ୍ତି। ଯାହାଫଳରେ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟରେ ଏହାର କୁ-ପରିଣାମ ଦେଖିବାକୁ ମିଳିଥିଲା ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନା ନା ଦେଶର ସୁରକ୍ଷାକୁ ଧ୍ୟାନରେ ରଖି ନିଆଯାଇଛି ନା ଯୁବକଙ୍କୁ ଭବିଷ୍ୟତ ବିଷୟରେ ଚିନ୍ତା କରାଯାଇଛି ବୋଲି ପ୍ରସ୍ତାବରେ ଉଲ୍ଲେଖ ରହିଛି।

ଯେଉଁ ଯୁବକମାନେ ଯବାନ ହୋଇ ଦେଶର ସାରା ଜୀବନ ସେବା କରିବାକୁ ସ୍ୱପ୍ନ ଦେଖିଥିଲେ, ଏହି ୟୋଜନା ସେମାନଙ୍କ ମନରେ ହତାଶା ଭରିଦେବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି। ଦେଶର ସବୁ ରାଜ୍ୟ ଏହା ବିରୋଧରେ ପ୍ରସ୍ତାବ ପାରତି କରିବା ଦରକାର ବୋଲି ମାନ କହିଛନ୍ତି। ସୂଚନା ଥାଉକି, ଯୋଜନା ଘୋଷଣା ହେବା ମାତ୍ରେ ଦେଶରେ ହିଂସା ହେବା ପରେ ଏହାକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ଭଗୱନ୍ତ ମାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.