ଯଦି ପତ୍ନୀ କ୍ରୁର ଓ ବଦମିଜାଜୀ ତେବେ ତାଙ୍କୁ ଛାଡପତ୍ର ଦେବାକୁ ସ୍ୱାମୀ ହକଦାର: ପଞ୍ଜାବ ହାଇକୋର୍ଟ

Published By : Prameya-News7 Bureau | September 09, 2021 IST

ଚଣ୍ଡିଗଡ଼ ୯।୯: ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏକ ଛାଡପତ୍ର ମାମଲା ବିରୋଧରେ ମହିଳାଙ୍କ ଆବେଦନ ଗୁରୁବାର ଅଗ୍ରାହ୍ୟ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି ପତ୍ନୀ ପୂର୍ବ ହୋଇସାରିଛନ୍ତି ତେବେ ନିଶ୍ଚିତ ରୂପେ ତାଙ୍କଠାରୁ ପତି ଦୂରେଇ ଯାଇପାରିବେ। ଏଣୁ ମାମଲାରେ ହାଇକୋର୍ଟ ହିସାର ଫ୍ୟାମିଲ କୋର୍ଟଙ୍କ ରାୟକୁ ସୁରକ୍ଷିତ ରଖିଛନ୍ତି। ପତ୍ନୀଙ୍କ ଠାରୁ ପତିଙ୍କୁ ଛାଡପତ୍ର ନେବା ଲାଗି ଅନୁମତି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ପତ୍ନୀଙ୍କ ଦ୍ୱାରା ପୀଡ଼ିତ ଜନୈକ ପତି ହିସାର ଫ୍ୟାମିଲିକୋର୍ଟଙ୍କ ଶରଣାପନ୍ନ ହୋଇଥିଲେ। ପୀଡ଼ିତ ବ୍ୟକ୍ତି ୫୦ ପ୍ରତିଶତ ଦିବ୍ୟାଙ୍ଗ। ୨୦୧୨ ମସିହାରେ ତାଙ୍କର ବିବାହ ହୋଇଥିଲା। ତେବେ ବିବାହ ପରଠାରୁ ପତ୍ନୀ ତାଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି କ୍ରୁର ଆଚରଣ କରିଆସୁଥିଲେ। ସେ ଭାବୁଥିଲେ ହୁଏତ ପତ୍ନୀଙ୍କ ଆଚରଣରେ ହୁଏତ ପରିବର୍ତ୍ତନ ହୋଇପାରେ। ହେଲେ ସେପରି କିଛି ହୋଇ ନଥିଲା ବରଂ ପରିବାର ଓ ପତିଙ୍କ ପ୍ରତି ମହିଳାଙ୍କ ନିର୍ଯାତନା ବଢିବଢି ଚାଲିଥିଲା।

{"id":508786,"width":842,"height":521,"sizeSlug":"full","linkDestination":"none"}

ମାମଲାର ଶୁଣାଣି କାଳରେ ମହିଳାଙ୍କ ଆଚରଣ ବାସ୍ତବିକ କ୍ରୁର ବୋଲି କୋର୍ଟ ଅନୁଭବ କରିବା ସହ ଉଭୟଙ୍କ ଛାଡପତ୍ରକୁ ମଞ୍ଜୁର କରିଥିଲେ। ତେବେ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ମହିଳା ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ଏବେ ହାଇକୋର୍ଟ ହିସାର ଫ୍ୟାମିଲ କୋର୍ଟଙ୍କ ରାୟ ଉପରେ ତାଙ୍କର ମୋହର ଲଗାଇଦେଇଛନ୍ତି। ପତ୍ନୀ ବଦଖର୍ଚ୍ଚି ଓ ଉଗ୍ର ସ୍ୱଭାବର ବୋଲି ତାଙ୍କ ସ୍ୱାମୀ କୋର୍ଟଙ୍କୁ ସୂଚିତ କରିଥିଲେ। ହିସାର ଫ୍ୟାମିଲି କୋର୍ଟଙ୍କ ରାୟ ଆସିବା ପରେ ବି ତାଙ୍କ ସ୍ୱଭାବରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

ଗୁଳିଗୁଲଜ କରିବା ଓ ତଥା କଥା କଥାକେ ପରିବାର ଲୋକଙ୍କୁ ଅପମାନିତ କରିବା ତାଙ୍କ ସ୍ୱଭାବର ଏକ ଅଂଶବିଶେଷ। ୫୦ ପ୍ରତିଶତ ଅକ୍ଷମ ହୋଇଥିବା ସତ୍ତ୍ୱେ ତାଙ୍କ ପତ୍ନୀ ବାରମ୍ବାର ତାଙ୍କ ବିରୋଧରେ ପାରିବାରିକ ହିଂସା ଓ ଯୌତୁକ ନିର୍ଯ୍ୟାତନା ଭଳି ମିଥ୍ୟା ଅଭିଯୋଗ ମଧ୍ୟ କରିଛନ୍ତି। ଏଥିରେ ହାଇକୋର୍ଟ ଯଦି ପତ୍ନୀ କ୍ରୁର ଓ ବଦମିଜାଜୀ ତେବେ ତାଙ୍କୁ ଛାଡପତ୍ର ଦେବାକୁ ସ୍ୱାମୀ ହକଦାର ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.