ଅଗଷ୍ଟ ୧୫ ପୂର୍ବରୁ ଅସ୍ତ୍ରଶସ୍ତ୍ର ସହ ୪ ଆତଙ୍କୀ ଗିରଫ, ଆଇଏସଆଇ ସହ ରହିଛି ସମ୍ପର୍କ

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଦିଲ୍ଲୀ ପୋଲିସ ସାହାୟତାରେ ପଞ୍ଜାବ ପୋଲିସ ରବିବାର ପାକିସ୍ତାନ-ଆଇଏସଆଇ ସମର୍ଥିତ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ କରିଛଇ । ପୋଲିସ କାନାଡାର ଅର୍ଶ ଡଲ୍ଲା ଏବଂ ଅଷ୍ଟ୍ରେଲିଆର ଗୁରଞ୍ଜତ ସିଂ ସହ ଜଡିତ ଚାରି ଆତଙ୍କୀଙ୍କୁ ଗିରଫ କରିଛି ।

ପଞ୍ଜାବ ପୋଲିସ ଡିଜି କହିଛନ୍ତି, ପଞ୍ଜାବ ପୋଲିସ ଏହି ଆତଙ୍କୀଙ୍କ ଠାରୁ ତିନୋଟି ହ୍ୟାଣ୍ଡ ଗ୍ରେନେଡ, ଗୋଟିଏ ଆଇଇଡି, ଦୁଇଟି ୯ ଏମଏମ ପିସ୍ତଲ ଏବଂ ୪୦ ଜୀବନ୍ତ ଗୁଳି ଜବତ କରିଛି । ଏହି ଅପରେସନରେ ପଞ୍ଜାବ ପୋଲିସ ଏବଂ ଦିଲ୍ଲୀର ପୋଲିସ ମିଳିତ ଭାବେ ସାମିଲ ହୋଇଥିଲା । ସ୍ୱାଧୀନତା ଦିବସ ପୂର୍ବରୁ ପଞ୍ଜାବରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

wp:html /wp:html

ଅନ୍ୟପଟେ ଉତ୍ତର ପ୍ରଦେଶ ପୋଲିସର ଏଟିଏସ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ହବିବୁଲ ଇସ୍କାମକୁ କାନପୁରରୁ ଗିରଫ କରିଛି। ସୂଚନା ଅନୁସାରେ ୧୯ ବର୍ଷୀୟ ହବିବୁଲ ସୀମା ପାର ଲୋକଙ୍କ ସହ ସମ୍ପର୍କ ରଖିବା ପାଇଁ ଟେଲିଗ୍ରାମ, ଫେସବୁକ୍ ମ୍ୟାସେଞ୍ଜର ଏବଂ ୱାଟ୍ସଆପ୍ ପରି ସୋସିଆଲ ମିଡିଆ ବ୍ୟବହାର କରୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.