ଦେହ ଦଲାଲ୍ଙ୍କ ବେପାରରେ ଲାଗୁନି ବ୍ରେକ୍ , ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଜଣଙ୍କୁ ମାଡିବସିଲା କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍
5/03/2020 at 7:39 PM

ଭୁବନେଶ୍ବର ୦୫।୦୩: ପୋଲିସର ଚଢାଉ,ଗିରଫଦାରୀ ଓ ଆକ୍ସନ ପରେ ବି ଭୁବନେଶ୍ବରରେ ସେକ୍ସ ରାକେଟ ଉପରେ ବ୍ରେକ ଲାଗୁନି । ରାଜଧାନୀରେ ଦିନକୁ ଦିନ ସେକ୍ସ ରାକେଟର ପ୍ରାଦୃଭାବ ବଢ଼ିବାରେ ଲାଗିଛି। ସେକ୍ସ ରାକେଟରେ ସଂପୃକ୍ତ ଆଉ ଜଣେ ଦେହ ଦଲାଲକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଗୋଠପାଟଣା ଅଞ୍ଚଳରୁ ଗିରଫ ଏହି ଦେହ ଦଲାଲଙ୍କ ନାମ ପ୍ରଶାନ୍ତ ପ୍ରଧାନ । ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ତାଙ୍କୁ ଗିରଫ କରିଛି ଏସଟିଏଫ । ଗିରଫ ହୋଇଥିବା ପ୍ରଶାନ୍ତ ନିକଟରୁ ଗୋଟିଏ ବାଇକ ଜବତ କରାଯାଇଛି । ଏନେଇ ଏସଟିଏଫ ଏଡିଜେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଦେଇଛନ୍ତି ।
ଗତ କିଛି ଦିନ ତଳେ ସେକ୍ସ ରାକେଟରେ ସଂପୃକ୍ତ ଥିବା ମାମଲାରେ କେଶବ ସାହୁ ନାମକ ଜଣେ ଦଲାଲକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଏସଟିଏଫ । ଭୁବନେଶ୍ବରରେ ବାଙ୍ଗଳାଦେଶୀ ଯୁବତୀଙ୍କୁ ଦେହ କାରବାରରେ ନିୟୋଜିତ କରିବାକୁ ଉଦ୍ୟମ କରୁଥିବା ବେଳେ କେଶବକୁ ଗିରଫ କରିଥିଲା ଏସଟିଏଫ । କେଶବ ପୁର୍ବରୁ ଗିରଫ ଦେହ ଦଲାଲ ଇବ୍ରାହିମ ଖାଁ ଓ ରୁକସାର ବେଗମଙ୍କ ସହିତ ପଞ୍ଚାନନ ପାଢୀ ଓ ତାର ପତ୍ନୀ ପ୍ରୀତି ପାଢୀର ଡାହାଣ ହାତ ଭାବେ କାମ କରୁଥିଲା ବୋଲି ସୂଚନା ରହିଛି । କେଶବ ମୋବାଇଲରୁ ବହୁ ଦେହଜୀବୀ, ବ୍ୟବସାୟୀ ଓ ଠିକାଦାର ତଥା ସୌଖୀନ ବ୍ୟକ୍ତିଙ୍କ ଫଟୋ ଓ ନମ୍ବର ମିଳିଛି । ତାହାର ବ୍ୟବସାୟ ଲିଙ୍କ୍ ନେଇ ଏସଟିଏଫକୁ ସୂଚନା ମିଳିଥିବା ଜଣାଯାଇଛି ।