ପୁଣେ ପୋର୍ଶ କାଣ୍ଡ: ପ୍ରମାଣ ନଷ୍ଟ ଉଦ୍ୟମ, ମିଛ ସୂଚନା...ନାବାଳକର ବାପା ବିରୋଧରେ ରୁଜୁ ହେବ ଆଉ ୨ ମାମଲା

Published By : Prameya-News7 Bureau | May 24, 2024 IST

ନୂଆଦିଲ୍ଲୀ: ପୁଣେ ପୋର୍ଶ କାର ଦୁର୍ଘଟଣାକୁ ନେଇ ପୋଲିସ ଆକ୍ଟିଭ ହୋଇଛି । ଏହି ମାମଲାରେ ନାବାଳକ ଅଭିଯୁକ୍ତର ବାପା ବିଶାଳ ଅଗ୍ରୱାଲଙ୍କ ବିରୋଧରେ ଆହୁରି ଦୁଇଟି ମାମଲା ରୁଜୁ ହେବ । ବିଶାଳ ବିରୋଧରେ ଧାରା ୨୦୧ ଏବଂ ଧାରା ୪୨୦ ଅଧିନରେ ମାମଲା ରୁଜୁ କରାଯାଇଛି । ଧାରା ୨୦୧ରେ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ ମାମଲା ରୁଜୁ କରାଯିବ । କାରଣ ତଦନ୍ତରେ ଜଣାପଡ଼ିଛି ଯେ ପୋଲିସରେ ମିଛ କହି ନିଜେ କାର ଚଲାଉଥିଲା କହିବା ପାଇଁ ବିଶାଳ ନିଜ ଡ୍ରାଇଭରକୁ କହିଥିଲେ ।

ଏହାସହ ଆରଟିଓର ଅଭିଯୋଗ ପରେ ଅଭିଯୁକ୍ତ ବାପା ବିଶାଳ ବିରୋଧରେ ଧାରା ୪୨୦ ଅଧିନରେ ଦ୍ୱିତୀୟ ମାମଲା ରୁଜୁ କରାଯିବ । ଉଲ୍ଲେଖଯୋଗ୍ୟ ଯେ ପୋଲିସକୁ ପ୍ରଥମେ କୁହାଯାଇଥିଲା ଯେ ପୋର୍ଶ କାର ପଞ୍ଜିକୃତ ଥିଲା, କିନ୍ତୁ କାରର ରେଜିଷ୍ଟ୍ରେସନ ହୋଇ ନଥିଲା । ଏହା ମିଛ ସୂଚନା ଥିଲା । 

ପୁଣେ ସିପି ଅମିତେଶ କୁମାର ଶୁକ୍ରବାର ସାମ୍ୱାଦିକ ସମ୍ମିଳନୀ କରିଥିଲେ । ସେ କହିଥିଲେ, ‘ଆମ ପାଖରେ ସିସିଟିଭି ଫୁଟେଜ ଅଛି, ଯେଉଁଥିରେ ନାବାଳକ ମଦ ପିଉଥିବା ଦେଖିବାକୁ ମିଳୁଛି । ମୁଁ ଏହା କହିବାକୁ ଚାହୁଁଛି ଯେ ଏହି ମାମଲାରେ ଆମ ପାଖରେ ରକ୍ତର ରିପୋର୍ଟ ସହ ଅନେକ ପ୍ରମାଣ ଅଛି । ନାବାଳକ ନିଜ ହୋସରେ ଥିଲା । ଏପରି ନୁହେଁ ଯେ ସେମାନେ ଏତେ ଅଧିକ ନିଶାରେ ଥିଲେ ଏବଂ କିଛି ବୁଝି ପାରୁ ନଥିଲେ । ସେ ଜାଣିଥିଲେ ଯେ ତାଙ୍କ ଆରଚଣ ଯୋଗୁଁ ଧାରା ୩୦୪ କ୍ୟାବ୍ ପରି ଘଟଣା ହୋଇପାରେ । ଥାନାରେ ପିଜ୍ଜା ପାର୍ଟିର ମାମଲାର କୌଣସି ପ୍ରମାଣ ନାହିଁ ।‘

ପୋଲିସ ଅଧିକାରୀ କହିଛନ୍ତି ଯେ ଏହା ସତ ଯେ ପ୍ରଥମେ ଡ୍ରାଇଭର କହିଥିଲା ଯେ ସେ କାର ଚଲାଉଥିଲା । ଆମେ ତଦନ୍ତ କରୁଛୁ ଯେ ଡ୍ରାଇଭର କାହା ଚାପରେ ଏହି ବୟାନ ଦେଇଥିଲା । ଦୁର୍ଘଟଣା ପରେ ଡ୍ରାଇଭର ବଦଳାଇବା ପାଇଁ ପ୍ରୟାସ ମଧ୍ୟ କରାଯାଇଥିଲା । ଏହି ଏହାର ମଧ୍ୟ ତଦନ୍ତ କରୁଛି । ଏହାସହ ପୋଲିସ କମିଶନର ସାମ୍ୱାଦିକ ସମ୍ମିଳନୀରେ ସେହି ଖବରକୁ ମଧ୍ୟ ଖଣ୍ଡନ କରିଛନ୍ତି ଯେଉଁଥିରେ ଗାଡ଼ି ଡ୍ରାଇଭର ଚଲାଉଥିବା କୁହାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.