ପୁଣେ ପୋର୍ଶ କାର୍ କାଣ୍ଡ; ଅଭିଯୁକ୍ତର ରକ୍ତ ନମୂନା ବଦଳାଇବାକୁ ୧୫ଥର ଫୋନ୍‌କଲ୍

Published By : Prameya-News7 Bureau | May 29, 2024 IST

ମହାରାଷ୍ଟ୍ର: ପୁଣେ ପୋର୍ଶ କାର୍ ଦୁର୍ଘଟଣାରେ ଅଭିଯୁକ୍ତ ନାବାଳକର ରକ୍ତ ନମୂନା ବଦଳାଇବା ଘଟଣାରେ ଯାଞ୍ଚ ଜାରି ରହିଛି । ମଙ୍ଗଳବାର ତିନି ସଦସ୍ୟ ବିଶିଷ୍ଟ କମିଟି ସସୁନ ଜେନରାଲ୍ ହସ୍ପିଟାଲରେ ପହଞ୍ଚି ସେଠାରେ ଛାନଭିନ୍ କରିଛି । ତେବେ ତଦନ୍ତ ବେଳେ ନୂଆ ତଥ୍ୟ ଖୁଲାସା କରିଛି ଯାଞ୍ଚ କମିଟି । ନାବାଳକର ରକ୍ତ ନମୂନା ନେବା ପୂର୍ବରୁ ଡାକ୍ତର ଅଜୟ ତଓ୍ବାର ଏବଂ ଅଭିଯୁକ୍ତର ପିତା ବିଶାଳ ଅଗ୍ରଓ୍ବାଲଙ୍କ ମଧ୍ୟରେ ହ୍ବାଟ୍ସଆପରେ କଥାବାର୍ତ୍ତା ହୋଇଥିଲେ । ବିଶାଳ ଅଗ୍ରଓ୍ବାଲଙ୍କ ପିତା ଡାକ୍ତରଙ୍କୁ ୨ ଘଣ୍ଟାରେ ୧୫ଥର ଫୋନକଲ୍ କରିଥିଲେ । ସକାଳ ସାଢ଼େ ୮ଟାରୁ ୧୦. ୪୦ ମଧ୍ୟରେ ଫୋନକଲ୍ ପରେ ଦିନ ୧୧ଟାରେ ଡାକ୍ତର ବ୍ଲଡ୍ ସାମ୍ପୂଲ ନେଇଥିଲେ । 

ମେ’ ୧୯ ତାରିଖ ହୋଇଥିବା ଦୁର୍ଘଟଣାର ଗୋଟିଏ ଦିନ ପରେ ରକ୍ତ ନମୂନା ବଦଳାଯାଇଖିବା ନେଇ ଖୁଲାସା କରିଥିଲା ପୋଲିସ । ଏହା ପରେ ସରକାରୀ ହସ୍ପିଟାଲର ଫରେନ୍ସିକ୍ ମେଡିସିନ୍ ଡିପାର୍ଟମେଣ୍ଟର ମୁଖ୍ୟ ଡାକ୍ତର ଅଜୟ ତଓ୍ବାର, ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀହରି ହଲନୋର ଏବଂ ଜଣେ ଅନ୍ୟ କର୍ମଚାରୀ ଅତୁଲ ଘାଟକାମ୍ବଲ ଗିରଫ ହୋଇଛନ୍ତି । ଏହି ତିନି ଅଭିଯୁକ୍ତ ଲାଞ୍ଚ ନେଇ ରକ୍ତ ନମୂନା ବଦଳାଇଥିଲେ । ଫଳରେ କାର୍ ଡ୍ରାଇଭର ନିଶାଦ୍ରବ୍ୟ ଖାଇ କାର୍ ଚଳାଉଥିଲେ କି ନାହିଁ ଜଣାପଡ଼ିନଥିଲା । ଏହାକୁ ନେଇ ସନ୍ଦେହ ବଢ଼ିବା ପରେ ପୁଣି ଥରେ ଅଭିଯୁକ୍ତ ନାବାଳକ ଠାରୁ ରକ୍ତ ନମୂନା ନିଆଯାଇଥିଲା ଏବଂ ନାବାଳକ ମଦ ପିଇ କାର୍ ଚଳାଉଥିଲେ ବୋଲି ଜଣାପଡ଼ିଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.