ପୁଣେ ପୋର୍ଶ ଗାଡ଼ି ଦୁର୍ଘଟଣାରେ ବଡ଼ ଖୁଲାସା; ରକ୍ତ ନମୂନା ହେରଫେର୍ ଅଭିଯୋଗରେ ୨ ଡାକ୍ତର ଗିରଫ

Published By : Prameya-News7 Bureau | May 27, 2024 IST

ନୂଆଦିଲ୍ଲୀପୁଣେ ପୋର୍ଶ କାଣ୍ଡରେ ବଡ଼ ଖୁଲାସା । କାର୍ ଦୁର୍ଘଟଣା ମାମଲାରେ ରକ୍ତ ନମୂନା ହେରଫେର୍ ସାମ୍ନାକୁ ଆସିଛି । ୧୭ ବର୍ଷିୟ ନାବାଳକର ବ୍ଲଡ୍ ସାମ୍ପୂଲ ହେରଫେର ଅଭିଯୋଗ ଆସିବା ପରେ ମହାରାଷ୍ଟ୍ର ପୋଲିସ୍, ଫରେନ୍ସିକ ଡିପାର୍ଟମେଣ୍ଟର ଏଚଓଡି ସହିତ ୨ଜଣ ଡାକ୍ତରଙ୍କୁ ଗିରଫ କରିଛି । ରକ୍ତ ନମୂନା ହେରଫେର୍ ପରେ ଅଭିଯୁକ୍ତ ନାବାଳକ ନିଶା ସେବନ କରି କାର୍ ଚଳାଇଥିଲେ କି ନାହିଁ, ଏହା ଜାଣିବା ଅସମ୍ଭବ ହୋଇଥିଲା ।

ସରକାରୀ ହସ୍ପିଟାଲ ଡାକ୍ତର ରକ୍ତ ନମୂନା ନେବା ପରେ ଯାଞ୍ଚ ରିପୋର୍ଟରେ ନାବାଳକ ନିଶାଦ୍ରବ୍ୟ ନେବାର ପୃଷ୍ଟି ହୋଇନାହିଁ । ଏହାକୁ ନେଇ ଏବେ ସନ୍ଦେଶ ସୃଷ୍ଟି ହୋଇଥିଲା । ପରେ ଦ୍ବିତୀୟ ଥର ପାଇଁ ବ୍ଲଡ୍ ସାମ୍ପୂଲ ନିଆଯାଇଥିଲା । ଲ୍ୟାବରେ ଯାଞ୍ଚ ପରେ ୧୭ ବର୍ଷିୟ ନାବାଳକ କାର୍ ଚଳାଇଥିବା ବେଳେ ନିଶା ଖାଇଥିଲେ ବୋଲି ଜଣାପଡ଼ିଥିଲା । ଏଥିରୁ ସ୍ପଷ୍ଟ ହୋଇଛି ଯେ, ସରକାରୀ ହସ୍ପିଟାଲର ଡାକ୍ତର ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ନାବାଳକକୁ ଖସାଇ ଦେବାକୁ ରକ୍ତ ନମୂନା ବଦଲାଇଥିଲେ ।    

ପୁଣେ ପୋଲିସ କମିଶନର ଅମିତେଶ କୁମାର ଏହି ମାମଲାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଅଭିଯୁକ୍ତର ରକ୍ତ ନମୂନା ନେଇଥିବା ଡାକ୍ତରଙ୍କୁ ରବିବାର ରାତିରେ ଗିରଫ କରାଯାଇଛି । ପଚରାଉଚରା ବେଳେ ହେରଫେର୍ ନେଇ ସତ୍ୟ ସାମ୍ନାକୁ ଆସିଥିଲା । ଫରେନ୍ସିକ୍ ବିଭାଗ ଅଧ୍ୟକ୍ଷ ଡାକ୍ତର ଅଜୟ ତଓ୍ବାରଙ୍କ ନିର୍ଦ୍ଦେଶରେ ରକ୍ତ ନମୂନାକୁ ବଦଳାଇ ଯାଇଥିଲା । ସାମ୍ପୂଲ ବଦଳାଇବା ପାଇଁ ଡାକ୍ତର ହୈଲନୋରଙ୍କୁ ୩ଲକ୍ଷ ଟଙ୍କା ମିଳିଥିଲା । ପୋଲିସ କମିଶନର କହିଛନ୍ତି, ସାସୁନ ହସ୍ପିଟାଲର ସିସିଟିଭି ଡିଭିଆର୍ ଜବତ୍ କରାଯାଇଛି । ଏହି ମାମଲାରେ ଭାରତୀୟ ଦଣ୍ଡ ବିଧାନ ଆଇନ ଧାରା ୨୦୧ରେ ପ୍ରମାଣ ନଷ୍ଟ କରିବା, ଧାରା ୧୨୦ (ବି)ରେ ଅପରାଧିକ ଯୋଜନା ଏବଂ ଅନ୍ୟ ଧାରା ମଧ୍ୟ ଯୋଡ଼ିଛି ପୋଲିସ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.