ଅଭିଯୁକ୍ତ ନାବାଳକର ବାପା ଡ୍ରାଇଭର ବଦଳାଇବା ପାଇଁ ଉଦ୍ୟମ କରିଥିଲା, ପୁଣେ ପୋର୍ଶ କାଣ୍ଡରେ ପୋଲିସର ଦାବି

Published By : Prameya-News7 Bureau | May 24, 2024 IST

ନୂଆଦିଲ୍ଲୀ: ସାରା ଦେଶରେ ପୁଣେ ପୋର୍ଶ ଦୁର୍ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଏଠାରେ ଦ୍ରୁତ ଗତିରେ ପୋର୍ଶ କାର ଏକ ବାଇକକୁ ଧକ୍କା ଦେଇଥିଲା, ଯେଉଁଥିରେ ଦୁଇ ଜଣ (ଯୁବତ-ଯୁବତୀ)ଙ୍କ ମୃତ୍ୟୁ ହୋଇଛି । କାରକୁ ୧୭ ବର୍ଷର ନାବାଳିକ ମଦ ନିଶାରେ ଚଲାଉଥିଲା । ଏହି ମାମଲାରେ ପୋଲିସ ତଦନ୍ତ ଉପରେ ଲଗାତାର ପ୍ରଶ୍ନ ଉଠୁଛୁ । ଏହାରି ଭିତରେ ଜଣେ ଅଧିକାରୀ କହିଛନ୍ତି ଯେ ନାବାଳକ ଅଭିଯୁକ୍ତ ବିରୋଧରେ ରକ୍ତ ନମୂନା ରିପୋର୍ଟ ସହ ଆହୁରି ଅନେକ ପ୍ରମାଣ ରହିଛି । ଅନ୍ୟପଟେ ସେ ଏହା ମଧ୍ୟ କହିଛନ୍ତି ଯେ ଏବେ ସୁଦ୍ଧା ତଦନ୍ତରେ ଏହା ଜଣାପଡ଼ିଛି ଯେ ଅଭିଯୁକ୍ତର ବାପା ଏହି ଦୁର୍ଘଟଣା ପରେ ନିଜ ପୁଅ ସ୍ଥାନରେ ଡ୍ରାଇଭର ବଦଳାଇବା ପାଇଁ ଉଦ୍ୟମ କରିଥିଲା ।

ପୁଣେ ସିପି ଅମିତେଶ କୁମାର ଶୁକ୍ରବାର ସାମ୍ୱାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି, 'ଆମ ପାଖରେ ସିସିଟିଭି ଫୁଟେଜ ଅଛି, ଯେଉଁଥିରେ ନାବାଳକ ମଦ ପିଉଥିବା ଦେଖିବାକୁ ମିଳୁଛି । ମୁଁ ଏହା କହିବାକୁ ଚାହୁଁଛି ଯେ ଏହି ମାମଲାରେ ଆମ ପାଖରେ ରକ୍ତର ରିପୋର୍ଟ ସହ ଅନେକ ପ୍ରମାଣ ଅଛି । ନାବାଳକ ନିଜ ହୋସରେ ଥିଲା । ଏପରି ନୁହେଁ ଯେ ସେମାନେ ଏତେ ଅଧିକ ନିଶାରେ ଥିଲେ ଏବଂ କିଛି ବୁଝି ପାରୁ ନଥିଲେ । ସେ ଜାଣିଥିଲେ ଯେ ତାଙ୍କ ଆରଚଣ ଯୋଗୁଁ ଧାରା ୩୦୪ କ୍ୟାବ୍ ପରି ଘଟଣା ହୋଇପାରେ । ଥାନାରେ ପିଜ୍ଜା ପାର୍ଟିର ମାମଲାର କୌଣସି ପ୍ରମାଣ ନାହିଁ ।

ପୋଲିସ ଅଧିକାରୀ କହିଛନ୍ତି ଯେ ଏହା ସତ ଯେ ପ୍ରଥମେ ଡ୍ରାଇଭର କହିଥିଲା ଯେ ସେ କାର ଚଲାଉଥିଲା । ଆମେ ତଦନ୍ତ କରୁଛୁ ଯେ ଡ୍ରାଇଭର କାହା ଚାପରେ ଏହି ବୟାନ ଦେଇଥିଲା । ଦୁର୍ଘଟଣା ପରେ ଡ୍ରାଇଭର ବଦଳାଇବା ପାଇଁ ପ୍ରୟାସ ମଧ୍ୟ କରାଯାଇଥିଲା । ଏହି ଏହାର ମଧ୍ୟ ତଦନ୍ତ କରୁଛି । ଏହାସହ ପୋଲିସ କମିଶନର ସାମ୍ୱାଦିକ ସମ୍ମିଳନୀରେ ସେହି ଖବରକୁ ମଧ୍ୟ ଖଣ୍ଡନ କରିଛନ୍ତି ଯେଉଁଥିରେ ଗାଡ଼ି ଡ୍ରାଇଭର ଚଲାଉଥିବା କୁହାଯାଇଥିଲା ।

ସେ କହିଛନ୍ତି, 'ଅଭିଯୁକ୍ତକୁ ସୁରକ୍ଷା ଦେବା ଅଭିଯୋଗ ଉପରେ ବର୍ତ୍ତମାନ ସୁଦ୍ଧାରେ ତଦନ୍ତରେ କଇଛି ଜଣାପଡ଼ି ନାହିଁ । ପ୍ରତ୍ୟେକ୍ଷଦର୍ଶୀ ହଇରାଣ କରାଯିବାର ଯଦି କିଛି ସୂଚନା ମିଳେ ତେବେ ଆମେ ସେହି ପୋଲିସକର୍ମୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବୁ । ଅମିତେଶ କୁମାର କହିଛନ୍ତି, 'ଆମେ ଉଭୟ ମାମଲାକୁ ସମ୍ୱେଦନଶୀଳତା ସହ ତଦନ୍ତ କରୁଛୁ । ଆମେ ଏକ ନିର୍ବିବାଦ ମାମଲା କରୁଛି । ଅଭିଯୁକ୍ତକୁ ଲାଭ ପହଞ୍ଚାଇବା ଅଭିଯୋଗରେ ଏସିପି ରାଙ୍କର ଜଣେ ଅଧିକାରୀଙ୍କ ବିରୋଧରେ ତଦନ୍ତ ଚାଲିଛି । ପୀଡ଼ିତଙ୍କୁ ନ୍ୟାୟ ମିଳିବ ଏବଂ ଅଭିଯୁକ୍ତର ଦଣ୍ଡ ମିଳିବ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.