ପୁଲଓ୍ବାମା ଆକ୍ରମଣରେ ସହିଦ ହୋଇଥିବା ଯବାନ ଅଜିତଙ୍କ ଝିଅଙ୍କ ସହ କଥା ହେଲେ ପ୍ରିୟଙ୍କା ଗାନ୍ଧୀ : କହିଲେ ତୁମ ସ୍ବପ୍ନ ଆମେ ପୂରଣ କରିବୁ

Published By : Prameya-News7 Bureau | February 19, 2019 IST

କାନପୁର ୧୯/୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ସହିଦ ସିଆରପିଏଫ ଯବାନ ଅଜିତଙ୍କ ପରିବାର ଲୋକଙ୍କ ସହିତ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଫୋନରେ କଥା ହୋଇଛନ୍ତି। ଏହି ଦୁଃଖଦ ମୂହୁର୍ତ୍ତରେ ପରିବାର ଲୋକଙ୍କୁ ସାନ୍ତ୍ବନା ଦେବାକୁ ପ୍ରିୟଙ୍କା ଯଥାସମ୍ଭବ ସାହାଯ୍ୟର ଆଶ୍ବାସନା ଦେଇଥିଲେ।

ସହୀଦ ଅଜିତଙ୍କ ଝିଅ ଈଶାଙ୍କ ସହ ଫୋନରେ କଥା ହୋଇ ପଚାରିଥିଲେ ଯେ ସେ କ’ଣ ହେବାକୁ ଚାହାନ୍ତି? ଡାକ୍ତର ହେବାର ଇଚ୍ଛା ଥିବାର ଜାଣି ପ୍ରିୟଙ୍କା କହିଥିଲେ ଯେ ‘‘ତୁମେ ମନ ଲଗାଇ ପାଠ ପଢ଼,ଆମେ ତୁମ ସ୍ବପ୍ନ ପୂରଣ କରିବୁ’’।

ସୂଚନା ଅନୁସାରେ ପୂର୍ବତନ ସାଂସଦ ଅନ୍ନୁ ଟଣ୍ଡନଙ୍କୁ ଶନିବାର ସନ୍ଧ୍ୟାରେ ପ୍ରିୟଙ୍କା ଗାନ୍ଧୀ ଫୋନ୍ କରିଥିଲେ ଏବଂ ସେ ସହିଦ ଅଜିତଙ୍କ ପରିବାର ଲୋକଙ୍କ ସହ କଥା ହେବେ ବୋଲି କହିଥିଲେ।

ପୂର୍ବତନ ସାଂସଦ ଅନ୍ନୁ ଟଣ୍ଡନ ରାତି ପାଖାପାଖି ସାଢ଼େ ନଅଟାବେଳେ ସହିଦଙ୍କ ଘରେ ପହଞ୍ଚିଥିଲେ। ସେ ପ୍ରିୟଙ୍କାଙ୍କୁ ଅଜିତଙ୍କ ପିତା ପ୍ୟାରେ ଲାଲ ଏବଂ ଝିଅ ଈଶାଙ୍କ ସହ କଥା କରାଇଥିଲେ।

ସହିଦଙ୍କ ପିତାଙ୍କ ସହ କଥା ହେବାବେଳେ ପ୍ରିୟଙ୍କା ନିଜର ସମବେଦନା ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଏହି ଶୋକାକୁଳ ପରିସ୍ଥିତିରେ କଂଗ୍ରେସ୍ ଆପଣଙ୍କ ସାଥିରେ ରହିଛି। ଆପଣଙ୍କ ପୁଅ ଦେଶ ପାଇଁ ନିଜ ପ୍ରାଣର ବଳିଦାନ ଦେଇଛନ୍ତି। ତାଙ୍କ ବଳିଦାନ ସବୁଦିନ ମନେ ରହିବ।

{"id":86842,"width":597,"height":536}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.