ପୁଲୱାମା ବିସ୍ଫୋରଣ ଘଟଣାରେ ଜାମ୍ମୁ କାଶ୍ମୀରରେ ଦ୍ୱିତୀୟ ଦିନରେ କର୍ଫ୍ୟୁ ଜାରି : ଇଣ୍ଟରନେଟ ସେବା ବନ୍ଦ

Published By : Prameya-News7 Bureau | February 16, 2019 IST

ପୁଲୱାମା ୧୬/୨ : ପୁଲୱାମା ବିସ୍ଫୋରଣ ପରେ ଦେଶ ସାରା ଆକ୍ରୋଶର ମାହୋଲ ଦେଖିବାକୁ ମିଳିଛି | ବିସ୍ଫୋରଣରେ ୪୨ ସିଆରପିଏଫ ଯବାନ ସହିଦ ଘଟଣାରେ ସମଗ୍ର ଅଂଚଳରେ ଉତ୍ତେଜନା ଦେଖା ଦେଇଥିଲା | ଦିଲ୍ଲୀ, କାଶ୍ମୀର, ରାଜସ୍ଥାନ, ଉତ୍ତରାଖଣ୍ଡ, ଓଡିଶା, ପଞ୍ଜାବ, ବିହାର ସବୁଠି ଲୋକେ ପାକିସ୍ତାନ ବିରୋଧରେ ନାରା ଲଗାଉଛନ୍ତି | ସହିଦ ଯବାନଙ୍କ ମୃତ୍ୟୁର ବଦଲା ନେବା ପାଇଁ ଲୋକେ ଦାବି କରିଛନ୍ତି | ଜାମ୍ମୁ କାଶ୍ମୀର କାଠୁଆ ଅଂଚଳରେ ଲୋକେ ତ୍ରିରଙ୍ଗା ଧରି ପାକିସ୍ତାନ ବିରୋଧରେ ନାରା ଲଗାଉଛନ୍ତି | ବିରୋଧ ପ୍ରଦର୍ଶନରେ ଅଧିକାଂଶ ମହିଳା ଏବଂ ଯୁବ ପିଢ଼ି ରହିଛନ୍ତି | ଫଳରେ ଜାମ୍ମୁ କାଶ୍ମୀରରେ ଶୁକ୍ରବାର ଠାରୁ କର୍ଫ୍ୟୁ ଜାରି କରାଯାଇଥିଲା |

{"id":85701}

କାଶ୍ମୀରରେ ଇଣ୍ଟରନେଟ ସେବା ଗତକାଲି ଠାରୁ ବନ୍ଦ କରିଦିଆଯାଇଛି | ଆଜି ମଧ୍ୟ କାଶ୍ମୀରରେ କର୍ଫ୍ୟୁ ଜାରି ରହିଛି | ଅନେକ ଜାଗାରେ ସେନା କଣ୍ଟା ଯୁକ୍ତ ତାର ଲଗାଇ ରାସ୍ତା ଅବରୋଧ କରିଛି | ପୁରୁଣା ଜାମ୍ମୁ ଅଂଚଳରେ କର୍ଫ୍ୟୁର ପ୍ରଭାବ ଅଧିକ ଦେଖିବାକୁ ମିଳିଛି | ଶୁକ୍ରବାର ଦିନ କର୍ଫ୍ୟୁ ବେଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ପଥର ମାଡ ହୋଇଥିଲା | ବ୍ୟବସାୟ ମହାସଂଘ ଏହି ବନ୍ଦକୁ ସମ୍ପୂର୍ଣ ମାତ୍ରାରେ ସମର୍ଥନ ଜଣାଇଛି |

{"id":85702}


କର୍ଫ୍ୟୁ ଯୋଗୁଁ ଲୋକେ ଘରୁ ବାହାରି ପାରୁନାହାନ୍ତି | ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ସହରର ସମସ୍ତ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଛି | ଜାମ୍ମୁର ସମସ୍ତ ଦୋକାନ, ବଜାର, ସ୍କୁଲ କଲେଜ ବନ୍ଦ ରଖିବା ପାଇଁ ପ୍ରଶାସନ ତରଫରୁ ଘୋଷଣା କରାଯାଇଛି | ଏପର୍ଯ୍ୟନ୍ତ କୌଣସି ଅପ୍ରୀତିକର ଘଟଣା ଘଟିଥିବା ସୂଚନା ମିଳିନାହିଁ | ପୋଲିସ ଏବଂ ଭାରତୀୟ ସେନା ପୁରା ଅଂଚଳକୁ ନିୟନ୍ତ୍ରଣରେ ରଖିଛନ୍ତି | ସ୍ଥିତିରେ ସୁଧାର ଆସିଲେ ଆଜି ସନ୍ଧ୍ୟା ସୁଦ୍ଧା କର୍ଫ୍ୟୁ ହଟେଇ ଦିଆଯିବ |

{"id":85703}
Srinagar: BSF jawans stand guard during curfew in Srinagar on Monday. The BSF has been deployed on law and order duty after 12 years as the unrest enters 45th day in Kashmir Valley. PTI Photo by S Irfan (PTI8_22_2016_000242A)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.