ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ପୁଲୱାମା ଆକ୍ରମଣକୁ ପୁରିଛି ୪ ବର୍ଷ, ସହିଦ ବୀର ଯବାନଙ୍କୁ ମନେପକାଉଛି ସାରା ଦେଶ

14/02/2023 at 8:41 AM

ନୂଆଦିଲ୍ଲୀ ୧୪/୦୨: ପୁଲୱାମା ଆକ୍ରମଣକୁ ପୁରିଛି ୪ ବର୍ଷ । ସାରା ଦେଶ ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

୧୪ ଫେବୃଆରୀ ୨୦୧୯ । ମନରୁ ଲିଭିନି ସେଇ କରାଳ କାଳିମାର ଦିନ । ପ୍ରତିବର୍ଷ ଭଳି ସେଦିନ ବି ଭାଲେଣ୍ଟାଇନ ଡେ ପାଳନ କରୁଥିଲେ ଯୁବପୀଢୀ । ହେଲେ ହଠାତ ଦିନ ଦ୍ୱିପ୍ରହରରେ ସ୍ତବ୍ଧ ହୋଇଥିଲା ସାରା ଦେଶ । ହଠାତ୍ ସାରା ଦେଶରେ ଖେଳିଯାଇଥିଲା ଶୋକର ଛାୟା । କେହି କିଛି ବୁଝିବା ଆଗରୁ ନିମିଷକେ ବଦଳିଯାଇଥିଲା ସବୁ କିଛି । ସମଗ୍ର ଦେଶବାସୀଙ୍କୁ ଲାଗିଥିଲା ଶକ୍ତ ଝଟକା । ଖବର ମିଳିଲା ଜମ୍ମୁ କାଶ୍ମୀର ପୁଲୱାମାରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଆଉ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ ୪୨ ଯବାନ ।

ସୂଚନା ଥାଉକି, ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଦୋଇଥିବା ଏହି ଆକ୍ରମଣକୁ ପୁରିଛି ୪ ବର୍ଷ । ହେଲେ ଆଜିବି ଆକ୍ରମଣର ସେହି ଦୃଶ୍ୟ ଆଖି ସାମନାକୁ ଆସିଲେ ଶିହରୀ ଉଠେ ଲୋମମୂଳ । ଶହୀଦଙ୍କ ପାଇଁ ଆଜି ବି ଲୁହ ଗଡାଉଛନ୍ତି ଦେଶବାସୀ । ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମାଟି, ଆଉ ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛନ୍ତି ପରିବାର ଆଉ ମାତୃଭୂମି ।

   Related Posts