ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ସମସ୍ୟା: ପନିପରିବା ପରେ ଡାଲି ବଜାରରେ ମହଙ୍ଗା ମାଡ

Published By : Prameya-News7 Bureau | September 29, 2020 IST

ନୂଆଦିଲ୍ଲୀ ୨୯/୦୯ : କରୋନା କାଳରେ ସାଧାରଣ ଜନତାଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପନିପରିବା ଦାମ ଗତ ଦୁଇ ମାସ ଆକାଶଛୁଆଁ ଥିବାବେଳେ ବର୍ତ୍ତମାନ ଡାଲି ଦାମ ମଧ୍ୟ ବୃଦ୍ଧି ପାଇଛି । ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ବଡ ବଡ ସହରରେ ଡାଲି ଦାମ ୧୫ ରୁ ୨୦ ଟଙ୍କା ବୃଦ୍ଧି ପାଇଛି । ଗତ ବର୍ଷ ଏହି ସମୟରେ ବୁଟ ଡାଲି ଦାମ କିଲୋ ପ୍ରତି ୭୦-୮୦ ଟଙ୍କା ଥିବାବେଳେ ବର୍ତ୍ତମାନ ୧୦୦ ଟଙ୍କା ପାର ହୋଇସାରିଛି । ହରଡ ଡାଲି ଦାମ କିଲୋ ପ୍ରତି ୧୧୫ ଟଙ୍କା ହୋଇଛି । ବ୍ୟବସାୟୀଙ୍କ ଦାବି ଯେ ସରକାରୀ ସଂସ୍ଥା ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ କୁ ସପ୍ଲାଏ ବଢାଇବା ପାଇଁ ନିଜର ଷ୍ଟକ ରିଲିଜ କରିବା ଉଚିତ । ସପ୍ଲାଏ ହ୍ରାସ ପାଇଛି । କିନ୍ତୁ ଚାହିଦା ଲଗାତାର ବୃଦ୍ଧି ପାଉଛି । ସେଥିପାଇଁ ବ୍ୟବସାୟୀ ୨୦୨୦-୨୧ ପାଇଁ ଆମଦାନୀ କୋଟା ଜାରି କରିବାକୁ ଦାବି କରିଛନ୍ତି । ତେବେ ସରକାରଙ୍କ କହିବାନୁଯାୟୀ ଯୋଗାଣ ଅବସ୍ଥା ଠିକ ଅଛି ଏବଂ ଆଗାମୀ ୩ ମାସରେ ଖରିଫ ଋତୁ ଫସଲ ବଜାରକୁ ଆସିବା ଆରମ୍ଭ ହୋଇଯିବ ।

{"id":335977,"sizeSlug":"large"}

ନିକଟରେ କୃଷି କମିଶନର ଏସ.କେ ମାଲହୋତ୍ରା ଭାରତୀୟ ଡାଲି ଏବଂ ଶସ୍ୟ ସଂଘ (ଆଇପିଜିଏ) ଦ୍ୱାରା ଆୟୋଜିତ ଏକ ୱେବିନାରରେ କହିଥିଲେ ଯେ ଖରିଫ ଋତୁରେ ଡାଲି ଉତ୍ପାଦନ ୯୩ ଲକ୍ଷ ଟନ ହେବ ବୋଲି ଦେଶ ଅନୁମାନ କରିଛି । ହରଡ ଡାଲି ଉତ୍ପାଦନ ଗତ ବର୍ଷ ୩୮.୩ ଲକ୍ଷ ଟନ ହୋଇଥିବାବେଳେ ଚଳିତ ବର୍ଷ ୪୦ ଲକ୍ଷ ଟନ ହୋଇଛି ।

{"id":335978,"width":561,"height":373,"sizeSlug":"large"}

ବ୍ୟବସାୟୀଙ୍କ କହିବାନୁଯାୟୀ, ଲକଡାଉନ ସମୟରେ ହରଡ ଡାଲି କିଲୋ ପ୍ରତି ୯୦ ଟଙ୍କା ଥିଲା । ପରେ ଏହା ହ୍ରାସ ପାଇଁ ୮୨ ଟଙ୍କା ହୋଇଥିଲା । କିନ୍ତୁ ବର୍ତ୍ତମାନ ପୁଣି ଦାମ ବଢିଯାଇଛି । ପାର୍ବଣ ଋତୁ ଯୋଗୁଁ ଡାଲିର ଚାହିଦା ମଧ୍ୟ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.