ମାତିଲେ ପଲସର ଲୁଟେରା, ଝାମ୍ପିନେଲେ ୭୦ ହଜାର ଟଙ୍କା

Published By : Prameya-News7 Bureau | August 09, 2023 IST

ଜଳେଶ୍ବର ୯।୮: ବାଲେଶ୍ବରରେ ପୁଣି ପଲସର ଆତଙ୍କ । ପଲସର ବାଇକରେ ଆସି ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବ୍ୟାଙ୍କରୁ ପେନସନ ଟଙ୍କା ଉଠାଇ ଘରକୁ ଫେରୁଥିଲା ବେଳେ ବୃଦ୍ଧଙ୍କ ଠାରୁ ଲୁଟ୍ ହୋଇଛି । ତଦନ୍ତ ଜାରି ରଖିଛି ପୋଲିସ ।

{"id":828540,"width":738,"height":406,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ବାଉଁଶଢ଼ୀଆ ଗ୍ରାମର ୮୦ ବର୍ଷର ବୃଦ୍ଧ ପ୍ରଫୁଲ ଚନ୍ଦ୍ର ପାତ୍ର ନିଜ ପୁଅ ସହିତ ଜଳେଶ୍ୱର ଥାନା ଷ୍ଟେଟ୍ ବ୍ୟାଙ୍କରୁ ନିଜ ପେନସନ ଟଙ୍କା ୭୦ ହଜାର ଟଙ୍କା ଉଠାଇ ବ୍ୟାଗରେ ଭର୍ତ୍ତି କରି ଘରକୁ ଏକ ଟୋଟ ଯୋଗେ ଫେରୁଥିଲେ । ନୂଆବଜାର ରେଳ ଫାଟକ ନିକଟରେ  ଫାଟକ ପଡ଼ିଥିବାରୁ ଟୋଟକୁ ଛିଡା କରାଇ ପୁଅ ବିଶ୍ଵପତି ବାପାଙ୍କୁ ବିସ୍କୁଟ ଖୁଆଉଥିବା ବେଳେ ଦୁଇ ଜଣ ଯୁବକ ଏକ ପଲସର ବାଇକରେ ଆସି ପୁଅ ହାତରେ ଥିବା ଟଙ୍କା ବ୍ୟାଗକୁ ଝାମ୍ପି ନେଇଥିଲେ । ଚାହୁଁଚାହୁଁ ଲୁଟେରାମାନେ ଚମ୍ପଟ ମାରିଥିଲେ । ବୃଦ୍ଧଙ୍କ ପୁଅ ବିଶ୍ଵପତି ପାତ୍ର ଜଳେଶ୍ୱର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ବିଭିନ୍ନ ସ୍ଥାନରେ CCTV ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି ।

You Can Read :

wp:embed {"url":"https://www.prameyanews7.com/one-accused-arrested-by-jajpur-excise-team/","type":"wp-embed","providerNameSlug":"prameya-news-7"}
https://www.prameyanews7.com/one-accused-arrested-by-jajpur-excise-team/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.