ଚାଲିଛି ମା' ଅନ୍ନପୂର୍ଣ୍ଣାଙ୍କ ପୂଜା, ରାଜ୍ୟ ବାହାରୁ ଯୋଗଦେଲେ ଶ୍ରଦ୍ଧାଳୁ

Published By : Prameya-News7 Bureau | April 01, 2023 IST

ଭଦ୍ରକ ୦୧।୦୪ : ଚାଲିଛି ଅନ୍ନର ଅଧିଷ୍ଠାତ୍ରୀ ଦେବୀ ମା ଅନ୍ନପୂର୍ଣ୍ଣାଙ୍କ ଆବାହନ । ଭଦ୍ରକ ଜିଲ୍ଲା କୋଠାର ସ୍ଥିତ ଶ୍ରୀ ରାମକୃଷ୍ଣ ମିଶନ ଆଶ୍ରମ ପରିସରରେ ଏହି ପୂଜା ଆୟୋଜିତ ହେଉଛି ।

ଖବର ଅନୁଯାୟୀ, ୧୯୧୦ ମସିହା ଡିସେମ୍ବର ମାସ ୫ ତାରିଖରେ ମା ସାରଦା ଦେବୀଙ୍କର ଆଗମନ ହୋଇଥିଲା । ପରେ ତାଙ୍କ ସ୍ମୃତି ସ୍ୱରୂପ ରାମକୃଷ୍ଣ ମିଶନ ୨୦୧୨ରେ କୋଠାର ଠାରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ୨୦୧୪ରୁ ମା ଅନ୍ନପୂର୍ଣ୍ଣାଙ୍କ ପୂଜା ଆୟୋଜିତ ହେଉଛି । ଏହି ପୂଜା ୩ ଦିନ ଧରି ଆୟୋଜିତ ହେଉଛି । ରାଜ୍ୟ ବାହାରୁ ମା ସାରଦାଙ୍କ ଶ୍ରଦ୍ଧାଳୁ ଏହି ପୂଜାରେ ଅଂଶ ଗ୍ରହଣ କରିଥାନ୍ତି । ଅନ୍ନପୂର୍ଣ୍ଣାଙ୍କ ମୃଣ୍ମୟୀ ମୂର୍ତ୍ତି ପ୍ରତିଷ୍ଠା ସହ ରୀତିନୀତିରେ ପୂଜା କରାଯାଏ । ମାଙ୍କ ନିକଟରେ ଆନ୍ନକୁଟ ବା ଖାଦ୍ୟର ପାହାଡ଼ ପୂଜା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.