ପୂଜା ବାଜାରରେ ଶାରଦୀୟ ସଂସ୍କରଣର ଭିଡ : ଆସିଲାଣି ୫୦ ପତ୍ରିକା, ଆହୁରି ଶହେ ଯନ୍ତ୍ରସ୍ଥ

Published By : Prameya-News7 Bureau | October 18, 2018 IST

ଭୁବନେଶ୍ବର ୧୮|୧୦: ମା’ ଧରାପୃଷ୍ଠକୁ ଆସି ସାରିଲେଣି । ମଣ୍ଡରରେ ପୂଜା ପାଠ ଚାଲିଲାଣି । ତା ସହିତ ଚାଲିଲାଣି ଗପ, କବିତା ପଢାର ଆସର । ମାନେ ଆମେ କହୁଛୁ ଦୂର୍ଗାପୂଜା ବେଳେ ଶାରଦୀୟ ସଂସ୍କରଣ ଆସିଯାଇଛି । ବାର୍ଷିକ, ଷାଣ୍ମାଷିକ, ତ୍ରୈମାସିକ ଏବଂ ମାସିକିଆର ସ୍ବତନ୍ତ୍ର ଦୂର୍ଗାପୂଜା ସଂସ୍କରଣ ମାନ ଆସିଗଲାଣି ପୂଜା ବଜାରକୁ । ଭୁବନେଶ୍ବରରେ ଯେ।ରସେ।ରରେ ଚାଲିଛି କିଣାବିକା । କିନ୍ତୁ ବହି ଯେତେ ଆସିଲେ ବି ଯୁବପିଢୀଙ୍କ ମନ ଅନଲାଇନରେ । ଭୁବନେଶ୍ବରର ପୂଜା ବଜାର ଜମିବା ସହିତ ଶାରଦୀୟ ଦୂର୍ଗାପୂଜା ସଂସ୍କରଣ ବି ଆସିଯାଇଛି । ପାଠକେ ସତେ ଯେମିତି ଅନେଇ ବସିଥିଲେ ଏହି ପଢା ପର୍ବକୁ । ନିଜ ପ୍ରିୟ ଲେଖକ କିମ୍ବା ପବ୍ଲିକେସନର ବହି କିମ୍ବା ମାଗାଜିନ୍ ଖଣ୍ଡେ କିଣିବାକୁ ବହି ଦେ।କାନରେ ଆସି ପହଞ୍ଚୁଛନ୍ତି । ଏପର୍ଯ୍ୟନ୍ତ ୫୦ଟି ବାର୍ଷିକ, ଷାଣ୍ମାଷିକ, ତ୍ରୈମାସିକ ଏବଂ ମାସିକିଆର ସ୍ବତନ୍ତ୍ର ଦୂର୍ଗାପୂଜା ସଂସ୍କରଣ ଆସି ପହଞ୍ଚି ସାରିଛି ବହି ଦେ।କାନରେ । କୁସୁମତି, ସ୍ମୃତି ସାନ୍ତନା, ପଶ୍ଚିମା ପବ୍ଲିକେଶନ, କଥା କଥା କବିତା କବିତା, ଭଳି ବହୁ ସାହିତ୍ୟ ପତ୍ରିକାର ପୂଜା ସଂସ୍କରଣ କିଣୁଛନ୍ତି ପାଠକ । କାରଣ ବର୍ଷରେ ଥରେ ଆସୁଥିବାରୁ କିଛି ନିଆରା ଓ ପ୍ରଭାବଶାଳୀ ଲେଖକ ଏବଂ ଲେଖାକୁ ଏହି ମାନେ ପ୍ରକାଶ କରିଥାନ୍ତି ।  ଏଇଥିପାଇଁ ପୁରୁଣା ବସ୍ ଷ୍ଟାଣ୍ଡ ପାଖରେ ଥିବା ବହି ଦେ।କାନରେ ଲେଖକ, ସାମ୍ବାଦିକ, ପାଠକ ଓ ସମାଲେ।ଚକଙ୍କ ଭିଡ଼ ଜମୁଛି ଏବେ । ତେବେ ଅଭିଜ୍ଞ ଲେଖକଙ୍କ କହିବା କଥା ନୂଆ ଓ ପୁରୁଣା ଲେଖକଙ୍କ ଭାବ ବିନିମୟ ଘଟିଲେ ଲେଖା ଆହୁରି ସମୃଦ୍ଧିଶାଳୀ ହୁଅନ୍ତା । ତାଛଡ଼ା ବହି ଛାପା କ୍ବାଲିଟିରେ ଆଗେଇଛି ସତ କିନ୍ତୁ ଯେଉଁ ଉଚ୍ଚ ମାନର ହେବା କଥା ସେ ମାନର ହେଉନାହିଁ ବେ।ଲି କହନ୍ତି ପାଠକ । ୫୦ ଟି ପୂଜା ସଂସ୍କରଣ ମାଗାଜିନ୍ ଆସିସାରିଛି କିନ୍ତୁ ଆସିବାକୁ ବାକି ଅଛି ଆହୁରି ପାଖାପାଖି ୧୦୮ ଟି ସଂସ୍କରଣ । କିଛି ଚର୍ଚ୍ଚିତ, ସମାଲେ।ଚିତ ଲେଖା ହେଲେ ବିକ୍ରି ପାଇଁ ଫୁରସତ ମିଳୁନି ବେ।ଲି ବହି ଦେ।କାନି କହୁଛନ୍ତି । ତେବେ କିଛି ଲେଖକଙ୍କ କହିବା କଥା ଇଣ୍ଟରନେଟ୍ ଆସିବା ଯେ।ଗୁଁ ଯୁବପିଢୀ ପଢାପଢିକୁ ଆଉ ଟାଇମ୍ ଦେଉନାହାନ୍ତି । ତେଣୁ ଚିନ୍ତନ ଶକ୍ତି ଏବଂ ବୌଦ୍ଧିକ ବିକାଶ ଘଟିବାରେ ବାଧା ସୃଷ୍ଟି ହେଉଛି । ଅଧିକାଂଶ ସମୟ ଅନଲାଇନରେ କଟୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.