ଆଜି ମହାଷ୍ଟମୀ, ମା ସମଲେଶ୍ବରୀଙ୍କ ପୀଠରେ ଚାଲିଛି ଷୋହଳ ପୂଜା

Published By : Prameya-News7 Bureau | October 12, 2021 IST

ସମ୍ବଲପୁର ୧୨।୧୦: ମା ସମଲେଶ୍ବରୀଙ୍କ ପୀଠରେ ଚାଲିଛି ଷୋହଳ ପୂଜା । ଆଜି ମାଆଙ୍କର ମହାଷ୍ଟମୀ । ଅନ୍ୟଶକ୍ତି ପୀଠ ପରି ଏଠାରେ ମାଙ୍କ ନବ ଦିନରେ ନବଦୁର୍ଗା ବେଶ ନଥାଏ । ବରଂ ଷୋହଳ ଦିନରେ ଷୋହଳ ଜ୍ୟୋତିରୂପା ରୂପେ ଦର୍ଶନ ଦିଅନ୍ତି ମଆ । ମାଆଙ୍କ ଏହି ରୂପକୁ ଅନ୍ୟଠି ବେଶ କୁହାଯାଉଥିବାବେଳେ ଏଠାରେ କିନ୍ତୁ ଏହାକୁ ଶୃଙ୍ଗାର ବେଶ କୁହାଯାଏ ।

ତେବେ ମାଆ ସମଲେଶ୍ବରୀଙ୍କ ପୀଠରେ ନବରାତ୍ର ସମୟରେ ମାନସିକ ଦ୍ବୀପ ଜାଳିବାର ପରମ୍ପରା ରହିଛି । ହେଲେ କୋଭିଡ ଯୋଗୁଁ ଦୀପ ଘରକୁ ପ୍ରବେଶରେ କଟକଣା ଲଗାଇଛି ଟ୍ରଷ୍ଟ ବୋର୍ଡ । କେବଳ ପୂଜକ ଦୀପ ଘର ଯାଇପାରିବେ । ଶ୍ରଦ୍ଧାଳୁଙ୍କ ଦୀପ ପୂଜକମାନେ ଦୀପ ଘରେ ଜାଳିବେ ବୋଲି ଚଳିତ ଥର ଗାଇଡଲାଇନ ରହିଛି । ସେପଟେ ମହାଷ୍ଟମୀରେ ଭାଇମାନଙ୍କ ମଙ୍ଗଳ ମନାସୀ ଭଉଣୀମାନେ ଭାଇ ଜିଉନ୍ତିଆ ପାଳିଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.