ଗଠିତ ହେଲା ପୁଡୁଚେରୀ ମନ୍ତ୍ରୀମଣ୍ଡଳ, ସାମିଲ ହେଲେ ୫ ମନ୍ତ୍ରୀ, ୪ ଦଶକ ପରେ ମହିଳାଙ୍କୁ ମିଳିଲା ମନ୍ତ୍ରୀ ପଦ

Published By : Prameya-News7 Bureau | June 27, 2021 IST

ପୁଡୁଚେରୀ ୨୭।୬: କେନ୍ଦ୍ର ଶାସିତ ପ୍ରଦେଶ ପୁଡୁଚେରୀରେ ନବ ନିର୍ବାଚିତ ଏନଡିଏ ସରକାରଙ୍କ ମନ୍ତ୍ରୀମଣ୍ଡଳ ରବିବାର ଗଠିତ ହୋଇଛି।  ଏଥିରେ ମୁଖ୍ୟମନ୍ତ୍ରୀ ଏନ.ରଙ୍ଗା ସ୍ୱାମୀ ୫ ଜଣ ବିଧାୟକଙ୍କୁ ତାଙ୍କ ମନ୍ତ୍ରୀଣମଣ୍ଡଳରେ ସ୍ଥାନିତ କରିଛନ୍ତି। ଏହି ପ୍ରକ୍ରିୟାରେ ପ୍ରାୟ ୪୦ ବର୍ଷ ପରେ ରାଜ୍ୟକୁ ପ୍ରଥମ ମହିଳା ମନ୍ତ୍ରୀ ମିଳିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଏନ.ରଙ୍ଗା ସ୍ୱାମୀ ଶପଥ ପାଠ କରିବାର ୨ ମାସ ପରେ ମନ୍ତ୍ରୀମଣ୍ଡଳ ଗଠନ ହୋଇଛି। ମନ୍ତ୍ରୀମାନଙ୍କୁ ରବିବାର ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

wp:embed {"url":"https://twitter.com/narendramodi/status/1409122982660698113","type":"rich","providerNameSlug":"twitter","responsive":true,"className":""}
https://twitter.com/narendramodi/status/1409122982660698113
/wp:embed

ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିବା ବିଧାୟକଙ୍କ ମଧ୍ୟରେ ଏ.ନମ ଶିବାୟ, କେ.ଲକ୍ଷ୍ମୀମନାରାୟଣ, ସି.ଡିଜ୍ୟାକୁମାର, ଚନ୍ଦ୍ରିକା ପ୍ରିୟଙ୍ଗା ଓ ସାଇ ଜେ. ଶରବନ କୁମାର ଅଛନ୍ତି। ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏନ.ରଙ୍ଗାସ୍ୱାମୀଙ୍କ ସମେତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ମନ୍ତ୍ରୀ ଭାବେ ଶପଥ ପାଠ କରିଥିବା ବିଧାୟକଙ୍କ ମଧ୍ୟରେ କେ.ଲକ୍ଷ୍ମୀ ନାରାୟଣନ, ଡିଜ୍ୟା କୁମାର ଓ ପ୍ରିୟଙ୍ଗା ଏଆଇଏନଆରସିର ନେତା ଏବଂ ନମ ଶିବାୟ ଓ ଶ୍ରବଣ କୁମାର ବିଜେପି ନେତା। ଏଆଇଏନଆରସି ବିଧାୟିକା ଚନ୍ଦ୍ରିକା ପ୍ରିୟଙ୍ଗା ମନ୍ତ୍ରୀ ହେବା ଯୋଗୁ ଦୀର୍ଘ ୪୦ ବର୍ଷ ପରେ ରାଜ୍ୟକୁ ପ୍ରଥମ ମହିଳା ମନ୍ତ୍ରୀ ମିଳିଛନ୍ତି।

ପୁଡୁଚେରୀ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ଏଆଇଏନଆରସି ଓ ବିଜେପି ମେଣ୍ଚ କରି ସରକାର ଗଠନ କରିଛନ୍ତି। ଏଆଇଏନଆରସି ନେତା ଏନ.ରଙ୍ଗା ସ୍ୱାମୀଙ୍କୁ ମେଣ୍ଟର ନେତା ମନୋନୀତ କରାଯାଇଥିବା ବେଳେ ମେ ୭ ତାରିଖ ଦିନ ସେ ମୁଖ୍ୟମନ୍ତ୍ରୀ ଭାବେ ଏକାକୀ ଶପଥ ପାଠ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.