ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
28/11/2020 at 11:36 AM

ସମ୍ବଲପୁର ୨୮।୧୧: ସମ୍ବଲପୁର ଟାଉନ ଥାନା ସମ୍ମୁଖରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା । ଜିପ୍ ଧକ୍କାରେ ଶିଶୁର ମୃତ୍ୟୁ ପରେ ପଡାବାସୀଙ୍କ ଘଟଣାସ୍ଥଳରେ ରୁଣ୍ଡ ହେବା ସହ ଉତ୍ତେଜନା ପ୍ରକାଶ ପାଇଛି । ସେପଟେ ଜିପ୍ ଚାଳକଙ୍କୁ ଟାଉନ ଥାନା ପୋଲିସ ଅଟକ ରଖିଛି ।
ସୂଚନା ଅନୁସାରେ ଆଶାପାଲି ସ୍କୁଲ ସମ୍ମୁଖରେ ୩ ଜଣ ଛୋଟ ଛୁଆ ଚାଲି ଚାଲି ଯାଉଥିବାବେଳେ ଏକ ଜିପ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୮ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିଲା । ମୃତ ନାବାଳକ ଜଣଙ୍କ ସାହୁ କଲୋନୀର ସାହିଲ ବୋଲି ସୂଚନା ମିଳିଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023