ସିଆର୍ପିଏଫ୍ ୧୨ ବାଟାଲିଆନ୍ ପକ୍ଷରୁ ଜନସମ୍ପର୍କ ଶିବିର; ଯବାନଙ୍କୁ ଅସୁବିଧା ଜଣାଇବାକୁ ଲୋକଙ୍କୁ ପରାମର୍ଶ
24/01/2023 at 7:28 PM

ଉମରକୋଟ ୨୪/୦୧: ନବରଙ୍ଗପୁର ଜିଲ୍ଲା ଝରିଗାଁରେ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବାହିନୀ (ସିଆର୍ପିଏଫ୍) ୧୨ ବାଟାଲିଆନ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ୧୨ ବେଟେଲିଆନର ନବରଙ୍ଗପୁର ସେକେଣ୍ଡ କମାଣ୍ଡାଣ୍ଟ କ୍ରିଷ୍ଣା କୁମାର ସିଂ, ଇନ୍ସପେକ୍ଟର ସୁଖବୀର ସିଂ, ଇନ୍ସପେକ୍ଟର ପ୍ରଦୀପ ପାଲ, କଲେଜ ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକ, ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ମାଝୀ ସରପଞ୍ଚ ଜଗେଶ୍ୱର ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ।

ଉପସ୍ଥିତ ଅତିଥିମାନେ ଜନ ସାଧରଣ ଓ ସିଆର୍ପିଏଫ୍ ଯବାନଙ୍କ ମଧ୍ୟରେ ରହିଥିବା ସମ୍ପର୍କ ବିଷୟର ସମସ୍ତଙ୍କୁ ବୁଝାଇଥିଲେ। ସାଧାରଣ ଲୋକମାନେ ଯବାନମାନଙ୍କୁ ଭୟ ନକରି ତାଙ୍କ ଅସୁବିଧା ବିଷୟରେ ସେମାନଙ୍କୁ ଜଣାଇବା ସହିତ ମାଓବାଦୀ ଓ ଅସାମାଜିକ ବ୍ୟକ୍ତିଙ୍କ ସହ ସମ୍ପର୍କ ନରଖିବାକୁ କହିଥିଲେ।

ଉପାନ୍ତ ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ଶିକ୍ଷାର ଅଭାବ ପାଇଁ ଲୋକମାନେ ଭୟରେ ରହିବା ସହ ପୋଲିସର ଲୋକଙ୍କ ପ୍ରତି ରହିଥିବା ସହଯୋଗ ମନୋଭାବ ବୁଝିପାରୁ ନାହାନ୍ତି ବୋଲି ଅତିଥିମାନେ ସେମାନଙ୍କ ଭାଷଣରେ ଜଣାଇଥିଲେ। ଶେଷରେ ସିଆର୍ପିଏଫ୍ ଯବାନମାନଙ୍କ ପକ୍ଷରୁ ଝରିଗାଁ ବ୍ଲକର ବିଭିନ୍ନ ଗାଁ ରୁ ଆସିଥିବା ଲୋକମାନଙ୍କୁ ହାଣ୍ଡି, ଡେକଚି, କଡେ଼ଇ, ପ୍ରେସରକୁକୁର ଇତ୍ୟାାଦି ଦିଆଯାଥିଲା।