ଶ୍ରୀମନ୍ଦିର ସଂସ୍କାର ଜନଶୁଣାଣୀକୁ ସେବାୟତଙ୍କ ବିରୋଧ

Published By : Prameya-News7 Bureau | August 10, 2018 IST

ପୁରୀ ୧୦/୮ : ଶ୍ରୀମନ୍ଦିର ସଂସ୍କାର ନେଇ ଆରମ୍ଭ ହୋଇଥିବା ଜନଶୁଣାଣୀକୁ ସେବାୟତ ମାନେ ବିରୋଧ କରୁଛନ୍ତି | ମନ୍ଦିରର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ତତ୍ୱାବଧାନରେ ୩ ଜଣିଆ କମିଟି ଆଜି ପୂର୍ବାହ୍ନରେ ଶୁଣାଣି ଆରମ୍ଭ କରିଥିଲେ | ପୁରୀ ଓ ପୁରୀ ବାହାରୁ ବହୁ ଲୋକ ଆସି ସେମାନଙ୍କ ମତ ମନ୍ତବ୍ୟ କମିଟି ଆଗରେ ଉପସ୍ଥାପନା କରିଥିଲେ | ତେବେ ଏହି ଜନଶୁଣାଣିକୁ ବିରୋଧ କରି ସେବାୟତମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି | ବ୍ୟାପକ ପୋଲିସ ଛାଉଣୀ ମଧ୍ୟରେ ଶୁଣାଣି କାର୍ଯ୍ୟ ଅବ୍ୟାହତ ରହିଛି | ଶ୍ରୀମନ୍ଦିର ସଂସ୍କାର ପାଇଁ ପ୍ରଥମଥର ପାଇଁ ଏଭଳି ଏକ ଶୁଣାଣି ଅନୁଷ୍ଠିତ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଦେଖାଦେଇଛି | ଅପରପକ୍ଷରେ ସେବାୟତ ମାନଙ୍କ ବିରୋଧ ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି | ଗତକାଲି ମଧ୍ୟ ସେବାୟତମାନେ ଆଜି ହେବାକୁ ଥିବା ଶୁଣାଣି ବିରୋଧରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.