ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି, ଯୋଗଦେଲେ ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାର

Published By : Prameya-News7 Bureau | October 12, 2022 IST

ଆନନ୍ଦପୁର ୧୨।୧୦ :  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ତହସିଲ ଅଧିନ ଓସ୍ତପୁର ଗାଁରେ ଜନଶୁଣାଣି । କ୍ରସର ନିମନ୍ତେ ପଥର ପାହାଡ଼ର ନିଲାମ ପ୍ରକ୍ରିୟା ପାଇଁ ପରିବେଶ ମଞ୍ଜୁରୀ ନିମନ୍ତେ ଏହି ଜନ ଶୁଣାଣି ଅନୁଷ୍ଠିତ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଓ  ପ୍ରଦୂଷଣ କାର୍ଯ୍ୟାଳୟ ଅଧିକାରୀ ଯୋଗଦେଇଛନ୍ତି ।

ଖବର ଅନୁଯାୟୀ, ଆନନ୍ଦପୁର ଉପଖଣ୍ଡ ଘଷିପୁରା ତହସିଲ୍ ଅଧୀନ ଓସ୍ତପୁରା ଠାରେ କ୍ରସର ନିମନ୍ତେ ନିକଟସ୍ଥ ପାହାଡକୁ ନିଲାମ କରଯାଇଥିଲା । ତେବେ ଏହାର ପରିବେଶ ମଞ୍ଜୁରୀ ନିମନ୍ତେ ବୁଧବାର ଗାଁରେ ଏକ ଗ୍ରାମସଭାରେ ଜନ ଶୁଣାଣିର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର, ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ଅନେକ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଅନେକ ଲୋକ କ୍ରସରକୁ ମଞ୍ଜୁରୀ ଦେଲେ ସ୍ଥାନୀୟ ଯୁବକ ନିଯୁକ୍ତି ସମେତ ଶସ୍ତାରେ ଚିପ୍ସ ମିଳିବ ବୋଲି ଯୁକ୍ତି ବାଢ଼ିଥିଲେ କିଛି ଲୋକ । ଏହାସହିତ ଅନେକ ଏହାକୁ ବିରୋଧ କରି ନିଲାମଧାରି ପରିବେଶ ସୁରକ୍ଷା ନିମନ୍ତେ କହୁଥିବା କଥାକୁ ଲିଖିତ ଆକାରରେ ଦେବାକୁ ଦାବୀ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.