previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ସ୍କୁଟି ଚାଳକଙ୍କୁ ଚାପିଦେଲା ବସ୍, ଯୁବକଙ୍କ ମୃତ୍ୟୁ ପରେ ଗାଡି ପୋଡିଦେଲେ ଉତ୍ତ୍ୟକ୍ତଲୋକ

2/09/2020 at 9:10 AM

ମାର୍ଶାଘାଇ ୨।୯: ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ବସ୍ । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଜାତୀୟ ରାଜପଥ ୫(କ)ର ହଳଦିଆ ଗଡା ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ ରାସ୍ତାର ବାମ ପାର୍ଶ୍ବରେ ଟ୍ରକ୍ ଭିଡ ଥିବାରୁ ବସଟି ବଡପାଳ ଛକରୁ ଡାହାଣ ପଟେ ଆସୁଥିଲା । ଏହି ସମୟରେ ଯୁବକ ଜଣଙ୍କ ହଳଦିଆ ଗ୍ରାମରୁ ବଡପାଳ ଛକକୁ ଆସୁଥିଲେ । ବସ୍ ବେଗ ଏତେ ତୀବ୍ରତର ଥିଲା ଯେ ଡ୍ରାଇଭର ବସଟିକୁ ନିୟନ୍ତ୍ରଣକୁ ଆଣିପାରିନଥିଲେ । ଫଳରେ ସ୍କୁଟି ଚାଳକଙ୍କୁ ବସ୍ ଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ମୃତକ ମାର୍ଶାଘାଇ ଥାନା ହଳଦିଆ ଗାଁର ବିକାଶ ନାୟକ ।

ଯୁବକଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକ ବସଟିକୁ ପୋଡିଦେଇଥିଲେ । ‘ଲୋକନାଥ’ ନାମକ ବସ୍ ଟି କଲିକତାରୁ ପାରାଦ୍ବୀପ ଯାଉଥିଲା । ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି ।

   Related Posts