scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକ, ଗଞ୍ଜେଇ ଚୋରାଚାଲାଣରେ ପୋଲିସର ସମ୍ପୃକ୍ତି ଅଭିଯୋଗ

5/08/2023 at 5:22 PM

ଫୁଲବାଣୀ ୫।୮: ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକ । ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ସହଯୋଗ କରିବା ଓ ଚାଲାଣରେ ଫିରିଙ୍ଗିଆ ପୋଲିସର ସଂପୃକ୍ତି ଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ  ପାଇଥିଲା । ଉତ୍ତେଜନା ପରେ ଉତ୍ତ୍ୟକ୍ତ ଲୋକ ଥାନା ଜାଳି ଦେଇଛନ୍ତି । ଫିରିଙ୍ଗିଆ ଥାନା ଆଇଆଇସି ଓ ୨ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକ ।

ଜଳୁଛି ଫିରିଙ୍ଗିଆ ଥାନା। ହୁତ୍ ହୁତ ହୋଇ ଜଳୁଛି ଥାନା ବିଲ୍ଡିଂ। କନ୍ଧମାଳ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକ । ଥାନା ସହ ଜାଳି ଦେଇଛନ୍ତି ଥାନା ପରିସରରେ ଥିବା ଏକ କାର୍। ଜାଳି ଦେଇଛନ୍ତି ଜବତ ଗଂଜେଇ। ଥାନାର କମ୍ପୁଟର ସମେତ କାଗଜପତ୍ର, ଆସବାବପତ୍ର, ଗାଡି ଆଦି ସଂପୂର୍ଣ୍ଣ ଜଳି ଯାଇଛି । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ବ୍ଲାଙ୍କ ଫାୟାରିଂ କରିଛି ପୋଲିସ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ ଯେ, ଶୁକ୍ରବାକ ବିଳମ୍ବିତ ରାତିରେ ଏକ  ବୋଲେରୋ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାସିରି ପଡ଼l ଛକ ନିକଟରେ ସ୍ଥାନୀୟ ଗ୍ରାମବାସୀ  ଗଞ୍ଜେଇ ସହ ଗାଡ଼ିକୁ ଧରିଥିଲେ l ଗଞ୍ଜେଇ  ଚୋରା ଚାଲାଣ ହେଉଥିବା ଗାଡ଼ିଟି କୁଆଡେ ଫିରିଙ୍ଗିଆ ଥାନାର ବୋଲି ଜଣା ପଡ଼ିଥିଲା l ଏହି ଘଟଣା ପରେ ଫିରିଙ୍ଗିଆ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା l  ଗଞ୍ଜେଇ ମାଫିଆଙ୍କ ସହ ଫିରିଙ୍ଗିଆ ଥାନାର  କିଛି ପୋଲିସ କର୍ମଚାରୀଙ୍କ ସଂପୃକ୍ତି ରହିଛି ବୋଲି ଲୋକେ ସନ୍ଦେହ କରି ଫିରିଙ୍ଗିଆ ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକ ଫିରିଙ୍ଗିଆ ଥାନା ଜାଳି ଦେଇଥିବା ସୂଚନା ମିଳିଛି ।

ସେପଟେ ପୋଲିସ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ମାଫିଆମାନଙ୍କୁ ସାବାଡ କରି ଜେଲକୁ ପଠାଉଥିବାରୁ ମାଫିଆମାନେ ପୋଲିସ ବିରୁଦ୍ଧରେ ଏଭଳି ମେଳି ବାନ୍ଧି ପୋଲିସକୁ ଅଯଥା ବଦନାମ କରୁଥିବା କୁହାଯାଇଛି । ତେବେ ଏହାର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ କହିଛନ୍ତି ।

You Can Read :

   Related Posts