ଡାକ୍ତରଖାନାରେ ଅଭାବନୀୟ ପରିସ୍ଥିତି, ବ୍ୟାଗରେ ପୁଅର ମୃତଦେହ ଧରି ବୁଲିଲା ବାପା

Published By : Prameya-News7 Bureau | January 12, 2023 IST

ସୋରୋ ୧୨/୦୧: ସୋରୋ ଡାକ୍ତରଖାନାରେ ଅଭାବନୀୟ ପରିସ୍ଥିତି । ଶିଶୁପୁତ୍ରର ମୃତଦେହକୁ ବ୍ୟାଗରେ ଧରି ଅଢ଼େଇ ଘଣ୍ଟା ବୁଲିଲା ବାପା । ଖବରପାଇ ଘଟଣାସ୍ଥଳରେ ପୋଲିସ, ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଉତ୍ତେଜିତ ଲୋକେ ଡାକ୍ତରଖାନାରେ ପ୍ରସୂତି ଡାକ୍ତର ସାଗର ମହାପାତ୍ରଙ୍କୁ ଦୀର୍ଘ ସମୟ ଧରି ଘେରିବା ପରେ ସୋର ପୋଲିସ ପହଞ୍ଚି ଡାକ୍ତରଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ମୁକୁଳାଇଥିଲା ।

ସୋରୋ ତଳନଗରର ମାନସ ରାଉତଙ୍କ ସ୍ତ୍ରୀ ଅଞ୍ଜନା ଗତ ଦୁଇଦିନ ତଳେ ପ୍ରସବ ଯନ୍ତ୍ରଣା ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଡାକ୍ତର ସାଗର ମହାପାତ୍ର ତାଙ୍କର ଚିକିତ୍ସା କରୁଥିଲେ । ହେଲେ ଅଞ୍ଜନା ମୃତ ଶିଶୁପୁତ୍ର ଜନ୍ମ ଦେବାରୁ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ମାନସ ଓ ତାର ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ ଡ଼ା ମହାପାତ୍ରଙ୍କ ଅବହେଳାରୁ ମୃତ ଶିଶୁପୁତ୍ର ଜନ୍ମଲାଭ କରିଥିଲା ।

ପ୍ରସୂତିଙ୍କ ସ୍ଵାମୀ ଅଭିଯୋଗ କରିଥିଲେ ପ୍ରସୂତି ଗୃହରେ ମୃତ ଶିଶୁପୁତ୍ର ଜନ୍ମପରେ ପ୍ରବଳ ଦୁଗର୍ନ୍ଧ ହୋଇଥିଲା । ଯାହାଫଳରେ ଶିଶୁଟି ପୂର୍ବରୁ ମରିଥିବା ଡାକ୍ତର ପ୍ରକାଶ ନ କରି ମା' ଓ ଶିଶୁ ସୁସ୍ଥ ଥିବା ପ୍ରକାଶ କରିଥିଲେ । ଡାକ୍ତରଙ୍କ ଅବହେଳା ପାଇଁ ମୃତ ଶିଶୁପୁତ୍ର ଜନ୍ମ ହେବା ସହିତ ମା' ଗୁରୁତର ହୋଇ ପଡ଼ିଥିବାର ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାର ଓ ସମ୍ପର୍କୀୟ । ପରେ ଡାକ୍ତରଖାନାର ଭାରାପ୍ରାପ୍ତ ଅଧିକାରୀ ଡା ସତ୍ୟ ନାରାୟଣ ନାୟକ, ଡା. ସୁମନ୍ତ ଧଡା, ଡା ସାଗର ମହାପାତ୍ର, ସୋର ଥାନାର ପୋଲିସ ଇତିଶ୍ରୀ ଦାସ ଓ ତଳନଗରରର ପୂର୍ବତନ ସରପଞ୍ଚ ଅମୀୟ ପଟ୍ଟନାୟକ ପୀଡିତାଙ୍କ ସ୍ୱାମୀ ଓ ତାଙ୍କ ପରିବାରକୁ ବୁଝାସୁଝା କରିଥିଲେ ।

ଏସମ୍ପର୍କରେ ଭାରାପ୍ରାପ୍ତ ଚିକିତ୍ସାଧିକାରୀ ଡା, ସତ୍ୟ ନାରାୟଣ ନାୟକଙ୍କୁ ପଚାରିବାରୁ ଏହା ଏକ ଘଟଣା ନୁହେଁ ଦୁର୍ଘଟଣା, ପ୍ରାୟୋଜିତ ଘଟଣା, କିଛି ଲୋକ ଡାକ୍ତରଖାନାରେ ଉନ୍ନତମାନର ସେବା ଦେବାକୁ ଚାହୁଁ ନାହାଁନ୍ତି । ଡାକ୍ତରଖାନାରେ ନକାରାମୂଳକ ପରିସ୍ଥିତି ସୃଷ୍ଟି କରୁଛନ୍ତି । ଅଗଣତାନ୍ତ୍ରିକ ସମ୍ମତ ନ ଥିବା କଥା କହୁଛନ୍ତି । ପ୍ରସୂତି ଡାକ୍ତର ପ୍ରସୂତିକୁ ଠିକ ଭାବରେ ଦେଖୁଥିଲେ । ଗର୍ଭବତୀଙ୍କ ସମ୍ମତି ନେଇ ପ୍ରସ୍ତୁତି କରାଯାଇଥିଲା । ଅବହେଳା ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.