ନୃଶଂସ ପୁଅର ବିଭତ୍ସ କାଣ୍ଡ : ମାଆକୁ ମାରି ହୃତପିଣ୍ଡକୁ ଚଟଣୀ କରି ଖାଇଦେଇଥିଲା, କୋର୍ଟ ଦେଲେ ମୃତ୍ୟୁଦଣ୍ଡ

Published By : Prameya-News7 Bureau | July 09, 2021 IST

ରାଜସ୍ଥାନ ୯/୭ : ନିଷ୍ଠୁର ପୁଅକୁ ମିଳିଛି ମୃତ୍ୟୁଦଣ୍ଡ ।  ମାଆକୁ ହତ୍ୟା କରିବା ଏବଂ ତାଙ୍କ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଖାଇଥିବାରୁ କୋର୍ଟ  ଦେଇଛନ୍ତି ମୃତ୍ୟୁଦଣ୍ଡ । କୋଲହାପୁର ସ୍ଥିତ କୋର୍ଟରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ତେବେ ଏହି ନିଷ୍ପତ୍ତିକୁ ବର୍ତ୍ତମାନ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ । ଅତିରିକ୍ତ ସେସନ୍ସ ଜଜ୍ ମହେଶ କୃଷ୍ଣଜୀ ଯାଦବ ୩୫ ବର୍ଷିୟ ସୁନୀଲ ରାମକୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ସୂଚନା ଥାଉକି, କୋଲହାପୁରର ସୁନୀଲ ତାଙ୍କ ୬୩ ବର୍ଷୀୟ  ମାଆ ୟଲମା ରାମାଙ୍କୁ ମଦ ପାଇଁ ଟଙ୍କା ନ ଦେବାରୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ୨୮  ଅଗଷ୍ଟ ୨୦୧୭ରେ ଘଟିଥିଲା ଏଭଳି ବିଭତ୍ସ  ଘଟଣା । ଯାହା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା । ହତ୍ୟା ପରେ ସୁନୀଲ ମାଆର ଶରୀରକୁ ଖଣ୍ଡ ଖଣ୍ଡ କରି ଖାଇଥିଲା । ଏତିକିରେ ତାର ହୃଦୟକୁ ମିଳିନଥିଲା ଶାନ୍ତି । ପରେ ମାଆର  ହୃତପିଣ୍ଡ କୁ କାଢି ତାକୁ ଚଟଣି କରି ଖାଇଥିଲା ।

ପୋଲିସ କହିଛି ଯେ ସୁନୀଲ ତାଙ୍କ ମଆଙ୍କ ଶରୀରକୁ ଅନେକ ଖଣ୍ଡ ଖଣ୍ଡ କରି  କାଟି ତାଙ୍କ ଅନ୍ତନଳୀ ଏବଂ ହୃତପିଣ୍ଡକୁ ବାହାର କରିଥିଲା। ପରେ ହୃତପିଣ୍ଡକୁ ଗ୍ରାଇଣ୍ଡି କରି ଚଟନୀରେ ମିଶାଇ ଖାଇଥିଲା । ସୁନୀଲଙ୍କ ଘରୁ ବାହାରିବା ପରେ ପଡୋଶୀମାନେ ତାଙ୍କ ହାତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିଥିଲେ । ଏହାକୁ ଲୋକମାନେ ଦେଖି ସନ୍ଦେହ କରିଥିଲେ ।  ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଯୁବକଙ୍କୁ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.