oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ପାକିସ୍ତାନର ପଞ୍ଜାବ ବିଧାନସଭାରେ ହିଂସା, ଉପ ବାଚସ୍ପତିଙ୍କୁ ଚାପୁଡା ମାରିବା ସହ ଚୁଟି ଟାଣିଲେ ଇମ୍ରାନଙ୍କ ନେତା, ଦେଖନ୍ତୁ ଭିଡିଓ

16/04/2022 at 5:02 PM

ନୂଆଦିଲ୍ଲୀ,୧୬/୦୪:  ପାକିସ୍ତାନର ପଞ୍ଜାବ ବିଧାନସଭାରେ ଶନିବାର ଦୁର୍ବବ୍ୟବହାର ସବୁ ସୀମା ପାର କରିଛନ୍ତି ଇମରାନ ଖାନଙ୍କ ପାର୍ଟି ପିଟିଆଇ ନେତା । ଆସେମ୍ଲିର ଅଧିବେଶନ ଆରମ୍ଭ ହେବା ସହ ପିଟିଆଇ ନେତା ୱେଲରେ ପହଞ୍ଚି ଉପ ବାଚସ୍ପତି ମୋହମ୍ମଦ ମଜରୀଙ୍କୁ ମାଡ ମାରିଥିଲେ। ଏପରିକି ସେ ଉପ ବାତସ୍ପତିଙ୍କ ଚୁଟି ଟାଣିବା ସହ ଚାପୁଡାର ବର୍ଷା କରିଥିଲେ।

ଉଲ୍ଲେଖଯୋଗ୍ୟ, ଲାହୋର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯିବ। ଶନିବାର ଏଥିପାଇଁ ଅଧିବେଶନ ଡକାଯାଇଥିଲା। ପାକିସ୍ତାନର ପଞ୍ଜାବହରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମହଲା ଶାହବାଦ ଏବଂ ଚୋଧୁରୀ ପରୱେଜ ଇଲାହୀଙ୍କ ମଧ୍ୟରେ ଟକ୍କର ଚାଲିଛି। ଉପ ବାଚସ୍ପତି ମୋହମ୍ମଦ ମଜରୀ ଅଧିବେଶନର ଅଧ୍ୟକ୍ଷତା କରୁଥିଲେ। ହମଜା ପାକିସ୍ତାନର ମୁସଲିମ ଲିଗ୍-ନୱାଜ ଏବଂ ଅନ୍ୟ ପାର୍ଟିର ପ୍ରାର୍ଥୀ। ଅନ୍ୟପଟେ ପିଏମଏଲ-କ୍ୟୁ ଏବଂ ପିଟିଆଇ ପାର୍ଟିର ସମର୍ଥନ ଇଲାହୀଙ୍କୁ ରହିଛି।

ପାକିସ୍ତାନ ମିଡିଆ ରିପୋର୍ଟ ଅନୁସାରେ, ପିଟିଆଇ ନେତା ମଜରୀଙ୍କୁ ଗୋଟିଏ ପରେ ଗୋଟିଏ ଚାପୁଡା ମାରିଥିଲେ। ଉପ ବାଚସ୍ପତିଙ୍କ ଚୁଟି ମଧ୍ୟ ଟାଣିବା ଆରମ୍ଭ କରିଥିଲେ। ପରେ ବିଧାନସଭାରେ ଉପସ୍ଥିତ ପୋଲିସକର୍ମୀ ସ୍ଥିତିକୁ ନିୟନ୍ତ୍ରଣକୁ ନେଇ ଉପ ବାଚସ୍ପତିଙ୍କୁ ଉଦ୍ଧାର କରି ବିଧାନସଭା ଭବନ ବାହାରକୁ ନେଇଥିଲେ। ଏହାପରେ ଅଧିବେଶନକୁ ସ୍ଥଗିତ କରାଯାଇଥିଲା।     

   Related Posts