ଅଲିମ୍ପିକ୍ ଇଣ୍ଡିଆର ଅଧ୍ୟକ୍ଷ ହେବେ ପିଟି ଉଷା, ଡିସେମ୍ବର ୧୦ ରେ ନିର୍ବାଚନ

Published By : Prameya-News7 Bureau | November 27, 2022 IST

ନୂଆଦିଲ୍ଳୀ, ୨୭/୧୧: ଭାରତୀୟ ଅଲିମ୍ପିକ୍ ସଂଘର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି ଭାରତର ଦିଗ୍ଗଜ ଆଥଲିଟ୍ ପିଟି ଉଷା। ଦୌଡ଼ ମଇଦାନରେ ଭାରତ ପାଇଁ ଗୌରବ ଆଣିଥିବା ଆଥଲିଟ୍ ପିଟି ଉଷାଙ୍କୁ କ୍ୟାରିୟରର ଆଉ ଏକ ଉପଲବ୍ଧି। ଏସିଆନ୍ ଗେମ୍ସରେ ଅନେକ ସ୍ବର୍ଣ୍ଣ ପଦକ ଜିତିଥିବା ଏବଂ ଅଲିମ୍ପିକ୍‌ରେ ଭାରତର ପରିଚୟ ହୋଇପାରିଥିବା ପିଟି ଉଷା ଏବେ ଭାରତୀୟ ଅଲିମ୍ପିକ୍ ସଙ୍ଘ(IOA)ର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି।

ଡିସେମ୍ବର ୧୦ ରେ ହେବାକୁ ଥିବା ନିର୍ବାଚନରେ ସେ ଏକାକୀ ଆଶାୟୀ ରହିଛନ୍ତି। ସେ ଆଇଓଏର ପ୍ରଥମ ମହିଳା ଅଧ୍ୟକ୍ଷ ହେବେ। ୧୦ ଡିସେମ୍ବରରେ ଏହାର ଔପଚାରିକ ଘୋଷଣା ହୋଇପାରେ ଏବଂ ଏହିଭଳି ଭାବରେ ସେ ଆଇଓଏର ପ୍ରଥମ ମହିଳା ଅଧ୍ୟକ୍ଷ ହୋଇପାରନ୍ତି। ତାଙ୍କ ସହ ତାଙ୍କ ଟିମ୍‌ର ୧୪ ଅନ୍ୟ ଲୋକମାନେ ବିଭିନ୍ନ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଇଓଏ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସମୟ ସୀମା ରବିବାର ସରିଛି।

ଏହି ନିର୍ବାଚନେର ଉପାଧ୍ୟକ୍ଷ(ମହିଳା), ସଂଯୁକ୍ତ ସଚିବ(ମହିଳା) ପଦ ପାଇଁ ମୁକାବିଲା ହେବ। କାର୍ଯ୍ୟକାରିଣୀ ପରିଷଦର ଚାରି ସଦସ୍ୟଙ୍କ ପାଇଁ ୧୨ ଆଶାୟୀ ମଇଦାନରେ ଅଛନ୍ତି। ଆଇଓଏେର ଜଣେ ଅଧ୍ୟକ୍ଷ, ଜଣେ ବରିଷ୍ଟ ଉପାଧ୍ୟକ୍ଷ, ଦୁଇ ଉପାଧ୍ୟକ୍ଷ(ଜଣେ ପୁରୁଷ ଏବଂ ମହିଳା), ଜଣେ କୋଷାଧ୍ୟକ୍ଷ, ଦୁଇ ସଂଯୁକ୍ତ ସଚିବ (ଜଣେ ପୁରୁଷ ଏବଂ ଜଣେ ମହିଳା), ଛଅ ଅନ୍ୟ କାର୍ଯ୍ୟକାରୀ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ହେବ। କାର୍ଯ୍ୟକାରୀ ପରିଷଦର ଦୁଇ ସଦସ୍ୟ (ଜଣେ ପୁରୁଷ ଏବଂ ଜଣେ ମହିଳା) ଆଥଲିଟ୍ ଆୟୋଗଙ୍କ ପ୍ରତିନିଧି ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.