Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୩ କିଲୋ ଗଞ୍ଜେଇ ସହିତ ବୋଲେରୋ ଜବତ; ୨ ଚୋରା ଚାଲାଣକାରୀ ଗିରଫ
  • ||
  • ଦେଶରେ କମିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୮୮୧୩ କରୋନା ପଜିଟିଭ୍
  • ||
  • ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ : ସ୍ୱାମୀ-ସ୍ତ୍ରୀଙ୍କ ସମେତ ୪ ମୃତ
  • ||
  • ଭାରତକୁ ବଡ ଝଟ୍‌କା ଦେଲା ଫିଫା : ଏଆଇଏଫଏଫକୁ କଲା ସସପେଣ୍ଡ୍, ମହିଳା ବିଶ୍ୱକପ ଆୟୋଜନ ଅଧିକାର ବି ଛଡାଇ ନେଲା
  • ||
  • ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଉତ୍ସାହିତ ପ୍ରଶଂସକ : ଟିକେଟ୍ ବୁକିଂ ବେଳେ କ୍ରାଶ୍ ହୋଇଗଲା ଓ୍ୱେବସାଇଟ୍
  • ||
  • ମଙ୍ଗଳବାର ବିହାର କ୍ୟାବିନେଟର ସଂପ୍ରସାରଣ, ଶପଥ ନେବେ ୩୧ ମନ୍ତ୍ରୀ
  • ||

ସାମ୍ନାକୁ ଆସିଲା ସାଇକୋ କିଲରର ଫଟୋ, ଜାଣନ୍ତୁ କିଭଳି କାଚରାରୁ ପାଲଟିଥିଲା ହତ୍ୟାକାରୀ…

30/07/2019 at 4:08 PM

କଟକ ୩୦|୭: ଗତକାଲି କଟକରେ ୨୪ ଘଣ୍ଟାରେ ୩ ଜଣଙ୍କୁ ବେକ କାଟି ହତ୍ୟା କରିଥିବା ସାଇକୋ କିଲର ନାରାୟଣ ସାହୁକୁ ପୋଲିସ ଗିରଫ କରିଥିବା ବେଳେ ଆଜି ତାର ଫଟୋ ସାମନାକୁ ଆସିଛି । ବହୁ ଛକାପଞ୍ଝା ପରେ ସିସିଟିଭି ଫୁଟେଜ ଆଧାରରେ ନାରାୟଣକୁ ଅଟକ ରଖି ପଚରାଉଚରା ପରେ ପୋଲିସ ଗିରଫ କରିଥିବା ସୂଚନା ରହିଛି । ତେବେ ଆସନ୍ତୁ ଜାଣିବା କିଭଳି ଜଣେ କାଚରାରୁ ହତ୍ୟାକାରୀ ପାଲଟିଥିଲା ନାରାୟଣ ସାହୁ…

ନୟାଗଡ ଜିଲ୍ଲା ଓଡଗାଁ ଅଞ୍ଚଳର ବାସିନ୍ଦା ନାରାୟଣ ଜଗନ୍ନାଥପ୍ରସାଦ ବ୍ଲକ୍ କୁମ୍ପାପଡ଼ା ଗ୍ରାମରେ ୨୦ରୁ ୨୫ ବର୍ଷ ହେଲା ଏକ ଭଡ଼ା ଘରେ ରହି ଗାଁକୁ ଗାଁ ବୁଲି ଚୁଡ଼ି ବିକୁଥିଲା। ଜଣେ ସୁସ୍ଥ ଓ ଭଲ ବ୍ୟବସାୟୀ ତଥା ନାରାୟଣ କାଚରା ଭାବେ ସେ ସଭିଙ୍କ ମହଲରେ ବେଶ୍  ପରିଚିତ ଥିଲା।

ଏହାପରେ ସେ ମହିପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରି ସଂସାର ଆରମ୍ଭ କରିଥିଲେ। ଚୁଡ଼ି ସହ ଜୋତା ବେପାର ବି ଚାଲିଥିଲା। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ବି ଥିଲେ। ଭଲ ରୋଜଗାର ହେବା ପରେ ସେ କୁମ୍ପାପଡ଼ା ଗ୍ରାମରେ ନିଜେ ଜମି କିଣି ଘର ତିଆରି କରିଥିଲା।

ତେବେ ସମୟ ବଦଳିବା ସାଙ୍ଗକୁ ନାରାୟଣ ଅଧିକ ରୋଜଗାର ଆଶାରେ ଚୁଡ଼ି ଓ ଜୋତା ବେପାର ବନ୍ଦ କରି ରୁପା ବ୍ୟବସାୟ ଆରମ୍ଭ କରିଥିଲା । ଏଥିପାଇଁ ବିଭିନ୍ନ ସମୟରେ ସେ ଗ୍ରାମବାସୀଙ୍କଠୁ ଧାର କରଜ କରିଥିଲା। କୁମ୍ପାପଡ଼ା ଗ୍ରାମର ରାମଚନ୍ଦ୍ର ସାହୁଙ୍କ ନାମକ ଜଣେ ବ୍ୟକ୍ତିଙ୍କ ନିକଟରେ ଘର ବନ୍ଧକ ରଖି ୧ଲକ୍ଷ ୬୨ହଜାର ଟଙ୍କା କରଜ ନେଇଥିଲା। ଧୀରେ ଧୀରେ ତା’ର ଖରାପ ସମୟ ଆସିଗଲା।

ଏହା ପରେ ନାରାୟଣ ଅନ୍ୟ ଜଣଙ୍କୁ ଘର ବିକ୍ରି ପାଇଁ ମଧ୍ୟ ଟଙ୍କା ଆଣିଥିଲା। କରଜର ଭାର ବଢିବାରୁ ପାଖାପାଖି ୭ ଲକ୍ଷ ଟଙ୍କାରେ ତିଆରି କରିଥିବା ଘରକୁ ସେ ରାମଚନ୍ଦ୍ରଙ୍କୁ ବିକ୍ରି କରିଦେଇଥିଲା। ପୁଣି ଭଡ଼ା ଘରେ ରହି ବ୍ୟବସାୟ ବି ଜାରି ରଖିଥିଲା। ତେବେ ଆପେ ଆପେ ନାରାୟଣ ଚାପଗ୍ରସ୍ତ ହେବାରୁ ତା’ର ଆଚାର ଓ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା।

କିଛି ଦିନ ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲା। ପତ୍ନୀ ଓ ପିଲାଙ୍କ ସହ ଝଗଡ଼ା କରୁଥିଲା। ଫଳରେ ଗତ ଦୁଇ ବର୍ଷ ତଳେ ପତ୍ନୀ ପିଲାଙ୍କୁ ଧରି ବାପଘରକୁ ପଳାଇଥିଲା। ଏହାର କିଛିଦିନ ପରେ ନାରାୟଣ ଗାଁରେ ଏଣେ ତେଣେ ବୁଲୁଥିଲା।

ଆଉ ଗାଁ ନିକଟରେ ଥିବା କେନ୍ଦୁପତ୍ର ଗୋଦାମ ପିଣ୍ଢାରେ ଶୋଇ ପଡୁଥିଲା। ଯିଏ ଯାହ ଦେଉଥିଲା ତାକୁ ଖାଉଥିଲା । ବେଳେବେଳେ ତାଙ୍କୁ ଗାଁରେ ଦେଖିବାକୁ ମିଳୁ ନଥିଲା। ନାରାୟଣ କାଚରାରୁ ସେ ପାଲଟିଯାଇଥିଲେ ନାଣ ବାୟା। ମାନସିକ ସନ୍ତୁଳନ ହରାଇବା ପରେ ସେ ଅପରାଧ କରିବା ଆରମ୍ଭ କରିଥିଲା ବୋଲି ଅନୁମାନ କରାଯାଉଛି।

   Related Posts