ନୂଆ ନାଷ୍ଟ୍ରେଦମ୍ସଙ୍କ ଭବିଷ୍ୟବାଣୀ, ୨୦୨୪ରେ ଘଟିବ ଭୟଙ୍କର ଘଟଣା

Published By : Prameya-News7 Bureau | November 14, 2023 IST

ନୂଆଦିଲ୍ଲୀ ୧୪।୧୧ : ୨୦୨୪କୁ ନେଇ ଆଉ ଏକ ଭବିଷ୍ୟବାଣୀ । କିନ୍ତୁ ଏଥର ବାବା ଭେଙ୍ଗା ନୁହଁନ୍ତି, ଆଉ ଜଣେ ନାଷ୍ଟ୍ରେଦମ୍ସ କରିଛନ୍ତି ଭବିଷ୍ୟବାଣୀ । ଏଥିରେ ସେ ଏକ ଦେଶରେ ବଡ଼ ଧରଣର ବିନାଶ ବିଷୟର ସୂଚନା ଦେଇଛନ୍ତି । ଯାହା ଏବେ ପାଲଟିଛି ଚିନ୍ତାର କାରଣ । ଏହି ମାନସିକ ବ୍ୟକ୍ତିଙ୍କର ଅନ୍ୟ ଭବିଷ୍ୟବାଣୀ ମଧ୍ୟ ଖୁବ୍ ଆଶ୍ଚର୍ଯ୍ୟଜନକ ।

{"id":869549,"sizeSlug":"full","linkDestination":"none"}

ଏହି ନୂଆ ନାଷ୍ଟ୍ରେଦମ୍ସଙ୍କ ନାଁ ହେଉଛି କ୍ରେଗ୍ ହାମିଲଟନ୍-ପାର୍କର । ସେ ୨୦୨୪ ବର୍ଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଛନ୍ତି । ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ 'କଫି ଓ୍ବିଥ୍ କ୍ରେଗ୍'ରେ ଏହାକୁ ନେଇ କହିଛନ୍ତି । ଆଉ ଏହି ଭବିଷ୍ୟବାଣୀ ଖୁବ୍‌ ଭୟାନକ ଅଟେ । କ୍ରେଗ୍‌ ଅନ୍ୟ ବିଷୟକୁ ଯିବା ପୂର୍ବରୁ ସେ ଆମେରିକାର ରାଜନୀତି ପାଇଁ ଭବିଷ୍ୟବାଣୀ କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ଆମେରିକାର ଶକ୍ତି ହ୍ରାସ ହେବା ।

{"id":869550,"sizeSlug":"large","linkDestination":"none"}

 କ୍ରେଗାଙ୍କ କହିବା କଥା ହେଉଛି ଆମେରିକାରେ ଦେଖାଯିବ ବିଦ୍ୟୁତ ଅଭାବ । ଏମିତିକି ସମ୍ପୂର୍ଣ୍ଣ ଆମେରିକା ହୋଇଯିବ ବ୍ଲାକ୍‌ଆଉଟ୍ । ଖାସ୍‌ କରି କାଲିଫର୍ନିଆ ଏବଂ ଟେକ୍ସାସରେ ଏକ ବଡ଼ ବ୍ଲାକଆଉଟ୍ ହେବାକୁ ଯାଉଛି । ଯେତେବେଳେ କି ଏହି ଦୁଇଟି ସ୍ଥାନରେ ପ୍ରଚୁର ମାତ୍ରାରେ ତେଲ ରହିଛି । ଏ ବିଷୟରେ ସେ କହିଛନ୍ତି କି  'ମୁଁ ଏହାକୁ ମୌଳିକ ଭିତ୍ତିଭୂମି କ୍ଷତି ପର ଦେଖୁଛି । ହୋଇପାରେ କିଛି ପାଣିପାଗ ଘଟଣା କିମ୍ବା ଝ଼ଡ ତୋଫାନ ଯୋଗୁଁ ଏପରି ହୋଇପାରେ ।

{"id":869551,"sizeSlug":"full","linkDestination":"none"}

 ପ୍ରାକୃତିକ ବିପର୍ଯ୍ୟୟରେ ବିଦ୍ୟୁତ୍ ଯୋଗାଣ ଭିତ୍ତିଭୂମି ନଷ୍ଟ ଯୋଗୁଁ ଏପରି ଘଟିବ ବୋଲି ସେ କହିଛନ୍ତି ।  ଏହା ପରେ ସେ କହିଛନ୍ତି କି ୨୦୨୪ରେ ଆମେରିକାରେ କିଛି ବଡ ଭୂକମ୍ପ ହେବ । ମୁଁ ଏହାକୁ ପଶ୍ଚିମ ଉପକୂଳ ପର୍ଯ୍ୟନ୍ତ ଦେଖୁଛି । ବୋଧହୁଏ ଏହା ସବୁକିଛି ନଷ୍ଟ କରିଦେବ  । ଗୋଟିଏ ଝଟକାରେ କିଛି ବଡ କ୍ଷତି ହେବାକୁ ଯାଉଛି ।

{"id":869552,"sizeSlug":"full","linkDestination":"none"}

ପୂର୍ବରୁ ବାଲକାନାର ନାଷ୍ଟ୍ରେଦମ୍ସ କୁହାଯାଉଥିବା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଖୁବ୍‌ ଚର୍ଚ୍ଚାରେ ରହି ଆସିଛି । ୨୦୨୪ ବର୍ଷ ପାଇଁ ବାବା ମଧ୍ୟ କିଛି ପୂର୍ବାନୁମାନ କରିଥିଲେ । ଏଥିରେ ସବୁଠାରୁ ବଡ କଥା କୁହାଯାଇଥିଲା ଋଷ ବିଷୟରେ । ଆସନ୍ତା ବର୍ଷ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରାଯିବା ନେଇ ବାବା କରିଥିଲେ ପୂର୍ବାନୁମାନ ।

{"id":869553,"sizeSlug":"full","linkDestination":"none"}

ତେବେ ସେ କିଛି ସକରାତ୍ମକ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି । ଅଲଜାଇମର ଭଳି ରୋଗର ନୂତନ ଚିକିତ୍ସା ଏବଂ ୨୦୨୪ ସୁଦ୍ଧା କର୍କଟ ରୋଗର ସମ୍ଭାବ୍ୟ ଉପଶମ  ଆସନ୍ତା ବର୍ଷ ମିଳିବା ନେଇ ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ । ତେବେ ସେ କହିଥିଲେ କି ୨୦୨୪ରେ ଆହୁରି ଶକ୍ତିଶାଳୀ AI ହେବ  ବୋଲି ପୂର୍ବାନୁମାନ କରିଥିଲେ ।

You Can Read:

wp:embed {"url":"https://www.prameyanews7.com/toxic-foam-coat-yamuna-river-after-air-pollution-in-delhi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/toxic-foam-coat-yamuna-river-after-air-pollution-in-delhi/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.