ନୂଆ ରେକର୍ଡ କରିବ 'PS-1', ଆଇମ୍ୟାକ୍ସରେ ରିଲିଜ୍‌ ହେବ ପ୍ରଥମ ତାମିଲ୍ ଫିଲ୍ମ

Published By : Prameya-News7 Bureau | August 17, 2022 IST

ମୁମ୍ବାଇ ୧୭।୦୮: ମଣି ରତ୍ନାମଙ୍କ ଆଗାମୀ ଚଳଚ୍ଚିତ୍ର 'PS-1' । ଏଥିପାଇଁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ସବୁଠାରୁ ବଡ କଥା ହେଲା ଦର୍ଶକମାନେ ଏହି ଚଳଚ୍ଚିତ୍ରକୁ ଆଇମ୍ୟାକ୍ସର ଅନୁଭବ ନେବେ। ଏହା ପ୍ରଥମ ତାମିଲ୍‌ ଫିଲ୍ମ ହେବ । ଯାହା ଆଇମ୍ୟାକ୍ସରେ ମୁକ୍ତିଲାଭ କରିବ । କହିବାକୁ ଗଲେ ଏହି ମେଗା ବଜେଟ୍ ଫିଲ୍ମ ୩୦ ସେପ୍ଟେମ୍ବର ୨୦୨୨ରେ ମୁକ୍ତିଲାଭ କରୁଛି। ଏହି ଫିଲ୍ମ ତାମିଲ, ହିନ୍ଦୀ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ବିକ୍ରମ, ଜୟମ ରବି, କାର୍ତ୍ତି, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତ୍ରିଶା ପ୍ରମୁଖ ଅଭିନୟ କରିଛନ୍ତି।

ଆଇମ୍ୟାକ୍ସ ହେଉଛି ଏପରି ଏକ ସିଷ୍ଟମ୍। ଯାହାର ଉଚ୍ଚ ରିଜୋଲ୍ୟୁସନ୍ କ୍ୟାମେରା, ପ୍ରୋଜେକ୍ଟର୍ସ ରହିଥାଏ । ଏହାର ସ୍କ୍ରିନ୍ ସାଇଜ୍ ମଧ୍ୟ ବହୁତ ବଡ ଅଟେ। PS-1 ହେଉଛି ଏପିକ୍‌ ଡ୍ରାମା ତଥା ଉପନ୍ୟାସିକ ଚଳଚ୍ଚିତ୍ର। ଯାହାକି କଲକୀ କୃଷ୍ଣମୂର୍ତ୍ତିଙ୍କ ୧୯୫୫ ଆସିଥିବା ନୋବେଲ୍‌ ପୋନିୟିନ୍ ସେଲଭାନ୍ ଉପରେ ଆଧାରିତ। ଯେଉଁଥିରେ ଚୋଳ ସାମ୍ରାଜ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାର ନିର୍ଦ୍ଦେଶନା ଦେଉଛନ୍ତି ମଣି ରତ୍ନାମ।

ଉଲ୍ଲେଖନୀୟ ବିଷୟ ହେଉଛି, ଏହି ୫୦୦ କୋଟି ମେଗା ବଜେଟ୍ ଫିଲ୍ମର ଦୁଇଟି ପାର୍ଟ ଅଛି। ଯାହାର ପ୍ରଥମ ଭାଗ ସେପ୍ଟେମ୍ବରରେ ରିଲିଜ୍‌ ହେବ । ଏହା ଭାରତୀୟ ସିନେମା ଇତିହାସରେ ସବୁଠୁ ଦାମୀ ଚଳଚ୍ଚିତ୍ର ହେବ। ମାର୍ଚ୍ଚ ମାସରେ ନିର୍ମାତାମାନେ ଏହାର ପ୍ରଥମ ଲୁକ୍ ରିଲିଜ୍ କରିଥିଲେ। ଯେଉଁଥିରେ ଐଶ୍ୱର୍ଯ୍ୟା ରାୟ ରାଣୀ ଲୁକରେ ଦେଖିବାକୁ ମିଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.