PS-1 vs Kashmir Files: ରିଲିଜ୍‌ର ୯ଦିନରେ ରେକର୍ଡ ଭାଙ୍ଗିଲା ପୋନିୟମ୍‌ ସେଲଭନ୍‌

Published By : Prameya-News7 Bureau | October 09, 2022 IST

ମୁମ୍ଵାଇ ୦୯।୧୦: ବକ୍ସ ଅଫିସ୍‌ରେ ଜବରଦସ୍ତ କଲେକସନ୍‌ କରୁଛି ମଣି ରତ୍ନମ୍‌ଙ୍କ ଫିଲ୍ମ ପୋନିୟମ୍‌ ସେଲଭନ୍‌-୧। ରିଲିଜ୍‌ର ୯ଦିନରେ ଅର୍ଥାତ୍‌ ବକ୍ସ ଅଫିସ୍‌ରେ ୬୦ ଧମାଲ କଲାଣି। ଐଶ୍ଵର୍ଯ୍ୟା, ବିକ୍ରମ୍‌ ଚିୟାନ୍‌ଙ୍କ ସହ ଅନେକ ଷ୍ଟାର ଏହି ପିରିୟଡିକ୍‌ ଡ୍ରାମାରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ନା କେବଳ ଦେଶରେ ବରଂ ବିଦେଶରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ଏହି ଫିଲ୍ମ ବର୍ତ୍ତମାନ ବ୍ଲକବଷ୍ଟର ପ୍ରମାଣିତ ହୋଇଛି । ବର୍ତ୍ତମାନ PS-1 ଏକ ନୂଆ ରେକର୍ଡ କରିଛି।

କହିରଖୁଛି ରିଲିଜ୍‌ର ୯ମ ଦିନରେ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗିଛି। ଶନିବାର ଏହି ଫିଲ୍ମ ବକ୍ସ ଅଫିସ୍‌ରେ ୧୪-୧୫ କୋଟି କଲେକସନ୍‌ କରି ୱାର୍ଲୱାଇଡ୍‌ରେ ୩୫୫ କୋଟି କରିଛି । ଏହା ସହିତ ଚଳିତ ବର୍ଷ PS-1 ଦ୍ଵିତୀୟ ହାଇୟଷ୍ଟ ଗ୍ରୋସର ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ର ରେକର୍ଡ ଭାଙ୍ଗିଛି। କହିବାକୁ ଗଲେ କାଶ୍ମୀର ଫାଇଲ୍ସ ଲାଇଫ୍‌ ଟାଇମ୍‌ କଲେକସନ୍‌ ୩୪୦ କୋଟି କରିଥିଲା।

ପୋନିୟନ୍ ସେଲଭାନ୍ ଉଭୟ ସମାଲୋଚକ ଏବଂ ଦର୍ଶକଙ୍କ ଠାରୁ ପଜିଟିଭ୍‌ ରିଭ୍ୟୁ ମିଲିଛି। ଏହା ବ୍ୟତୀତ ଲାଇକା ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ ପୋନିୟିନ୍ ସେଲଭାନ୍-୨ ତାମିଲ, ହିନ୍ଦୀ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ ମୁକ୍ତିଲାଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.