NEET ୨୦୨୪ ରେଜଲ୍ଟ, ବାଜିମାରିଲେ ପ୍ରୟାସ କ୍ଲାସେସ୍‌ର ଛାତ୍ରଛାତ୍ରୀ

Published By : Prameya-News7 Bureau | June 06, 2024 IST

ଭୁବନେଶ୍ୱର ୦୬।୦୬: ନିକଟରେ ପ୍ରକାଶ ପାଇଛି NEET ୨୦୨୪ର ଫଳାଫଳ। ଏଥିରେ ବାଜିମାତ କରିଛନ୍ତି ଯାଜପୁର ରୋଡ଼ ସ୍ଥିତ ପ୍ରୟାସ କ୍ଲାସେସ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ । 

ତେବେ ଏହି ଶିକ୍ଷାନୁଷ୍ଠାନର ଛାତ୍ର ସତ୍ୟଜିତ ପରିଡ଼ା ମୋଟ ୭୨୦ ରୁ ୭୧୫ ନମ୍ବର ରଖି ଓଡ଼ିଶା ଟପ୍ପର ହୋଇଥିବା ବେଳେ ସର୍ବଭାରତୀୟ ସ୍ତରରେ ୧୫୩ ନଂ ରାଙ୍କରେ ରହିଛନ୍ତି। ସେହିପରି ଏହି ଶିକ୍ଷାନୁଷ୍ଠାନର ୧୨ ଜଣ ଛାତ୍ରଛାତ୍ରୀ ୭୦୦ରୁ ଅଧିକ ନମ୍ବର ରଖିଥିବାବେଳେ ୨୯ ଜଣ ୬୯୦ ରୁ ଅଧିକ ଏବଂ ୧୧୮ ଜଣ ୬୫୦ରୁ ଉର୍ଦ୍ଧ୍ବ ନମ୍ବର ରଖିଛନ୍ତି।  ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର ଏହି ସଫଳତାକୁ ନେଇ ଅଭିଭାବକ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବେଶ୍ ଖୁସି ଅଛନ୍ତି ।

ଅନ୍ୟପଟେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୩୫ ଜଣ ଏମସ୍(AIIMS)ରେ ଏବଂ ୧୫୦ ରୁ ୧୬୦ ଜଣ ସରକାରୀ ମେଡିକାଲ କଲେଜରେ MBBS ଶିକ୍ଷା ଗ୍ରହଣ ପାଇଁ ଯୋଗ୍ୟତା ବା ସମ୍ଭାବନା ସୃଷ୍ଟି କରିଥିବା ଆଜି କଲେଜ ପରିସରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ଅବସରରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.