ଓବେରୟ ହୋଟେଲ୍ସ ମୁଖିଆ ପିଆରଏସ୍ ଓବେରୟଙ୍କ ପରଲୋକ, ହୋଟେଲ୍ ଉଦ୍ୟୋଗରେ ଆଣିଥିଲେ କ୍ରାନ୍ତି

Published By : Prameya-News7 Bureau | November 14, 2023 IST

ନୂଆଦିଲ୍ଲୀ: ଭାରତରେ ହୋଟେଲ ଉଦ୍ୟୋଗରେ କ୍ରାନ୍ତି ଆଣିଥିବା ଓବେରୟ ଗ୍ରୁପର ମୁଖିଆ ପୃଥ୍ୱୀ ରାଜ ସିଂ ଓବେରୟଙ୍କ ପରଲୋକ ହୋଇଛି । ୯୪ ବର୍ଷ ବସୟରେ ମଙ୍ଗଳବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପିଆରଏସ ଓବେରୟ ହୋଟେଲ୍ସର ସଂରକ୍ଷକ ଥିଲେ, ଯିଏ Biki ନାଁରେ ବେଶ ପରିଚିତ ଥିଲେ । ସେ ୨୦୨୨ରେ ଇଆଇଏଚ୍ ଲିମିଟେଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ଇଆଇଏଚ୍ ଆସୋସିଏଟେଡ୍ ହୋଟେଲ୍ସ ଲିମିଟେଡ୍‌ର ଅଧ୍ୟକ୍ଷ ପଦ ଛାଡ଼ିଥିଲେ ।

ପିଆରଏସ ଓବେରୟଙ୍କ ଅନ୍ତୀମ ସଂସ୍କାର ଭାଗୱନ୍ତୀ ଓବରେୟ ଚାରିଟେବୁଲ ଟ୍ରଷ୍ଟ, ଓବେରୟ ଫାର୍ମା, କାପସହେଡାରେ କରାଯିବ । ଅନ୍ୟପଟେ ଓବେରୟ ହୋଟେଲ୍ସ ଓ କର୍ପୋରେଟ୍ କାର୍ଯ୍ୟାଳୟରେ ପିଆରଏସଙ୍କ ପାଇଁ ପ୍ରାର୍ଥନା ଆୟୋଜନ କରାଯିବ ।

ପିଆରଏସଙ୍କ ଶିକ୍ଷା ଭାରତ, ବ୍ରିଟେନ୍ ଓ ସ୍ୱିଜରଲାଣ୍ଡରେ ହୋଇଥିଲା । ଓବେରୟଙ୍କୁ ଦେଶର ବଡ଼ ବଡ଼ ସହରରେ ଅନେକ ଲଗଜରୀ ହୋଟେଲ ଖୋଲି ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ମାନଚିତ୍ରକୁ ଆଣିବାର ଶ୍ରେୟ ଦିଆଯାଉଛି । ଦେଶ ପ୍ରତି ତାଙ୍କ ଅସାଧାରଣ ସେବା ପାଇଁ ୨୦୦୮ରେ ତାଙ୍କୁ ଭାରତର ଦ୍ୱିତୀୟ ସବୁଠୁ ବଡ଼ ନାଗରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।

ପିଆରଏସ ଓବେରୟଙ୍କ ନେତୃତ୍ୱରେ ଓବେରୟ ଗ୍ରୁପ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛି । ବିଶ୍ୱ ସ୍ତରରେ ଗ୍ରୁପର ବିସ୍ତାର ହୋଇଥିଲା ଓ ବିଶାଳପୂର୍ଣ୍ଣ, ଗଣବତ୍ତା ଓ ଉତ୍କୃଷ୍ଟତା ପାଇଁ ନୂଆ ମାନଦଣ୍ଡ ସ୍ଥାପନ କରିଥିଲା । କର୍ପୋରେଟ୍ ସଫଳତା ବାହାରେ ପିଆରଏସ ଓବେରୟ ନିଜ କରୁଣା ପାଇଁ ପରିଚିତ ଥିଲେ । ସେ ଓବେରୟ ଗ୍ରୁପର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ସଚ୍ଚୋଟ ଓ ବାସ୍ତବିକ ଦେଖାଶୁଣା ଉପରେ ଆଧାରିତ କର୍ପୋରେଟ୍ ସଂସ୍କୃତିକୁ ବଢାଇଥିଲେ ।

Also Read: ଦେଶର ସବୁଠୁ ବଡ଼ ରିୟଲ ଇଷ୍ଟେଟ୍ ଡିଲ୍; ୧,୨୩୮ କୋଟି ଟଙ୍କାରେ ୨୮ ବିଶାଳପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ଡି-ମାର୍ଟ ପ୍ରତିଷ୍ଠାତା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.