ନୂଆଦିଲ୍ଲୀ: କଥିତ ରୂପେ ମିଛ ଭନ୍ନକ୍ଷମ ଏବଂ ଓବିସି ପ୍ରମାଣପତ୍ର ଆଧାରରେ ଆଇଏଏସ ଚୟନ ହୋଇଥିବା ଅଭିଯୋଗରେ ଛନ୍ଦି ହୋଇଥିବା ପୂଜା ଖେଡକର ପୂରା ଘଟଣା ଉପରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ଯେକୌଣସି ପ୍ରକାର ତଦନ୍ତ କମିଟିର ସାମନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଖେଡକର କହିଛନ୍ତି ଯେ ମିଡିଆ ଟ୍ରାୟଲ ଚଲାଇ ଏବଂ ଏହା ଜରିଆରେ ଦୋଷୀ ସାବ୍ୟସ୍ତ କରିବା ଭୁଲ ଅଟେ ।
ସେ କହିଛନ୍ତି, 'ଆମ ଭାରତୀୟ ସମ୍ୱିଧାନ ଏହି ତଥ୍ୟ ଉପରେ ଆଧାରିତ ଯେ ଯେପର୍ଯ୍ୟନ୍ତ ଦୋଷ ପ୍ରମାଣିତ ହୋଇନାହାନ୍ତି, ସେପର୍ଯ୍ୟନ୍ତ କାହାକୁ ଦୋଷୀ କୁହାଯିବ ନାହିଁ । ଏଥିପାଇଁ ମିଡିଆ ଟ୍ରାୟଲ ଜରିଆରେ ଦୋଷୀ ସାବ୍ୟସ୍ତ କରିବା ପ୍ରକୃତରେ ଭୁଲ ଅଟେ ।'
ପୂଜା ଖେଡକର ସୋମବାର କହିଛନ୍ତି ଯେ ଅଭିଯୋଗର ତଦନ୍ତ କରୁଥିବା କେନ୍ଦ୍ରୀୟ କମିଟି ସାମନାରେ ହାଜର ହେବା ପରେ ସବୁ ସତ ସାମନାକୁ ଆସିବ । ଖେଡ଼କର ୱାସିମରେ ସାମ୍ୱାଦିକଙ୍କୁ କହିଛନ୍ତି, 'ମୁଁ କମିଟି ଆଗରେ ସାକ୍ଷ୍ୟ ଦେବି । ମୁଁ ଭାବୁଛି କମିଟି ଯାହା ବି ନିଷ୍ପତ୍ତି ନେବ, ତାହା ସମସ୍ତେ ଗ୍ରହଣ କରିବା ଦରକାର ।'
ପୂଜାଙ୍କ ପୂର୍ବରୁ ତାଙ୍କ ବାପା ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ନିଜ ଝିଅଙ୍କ ପାଇଁ ବାହାରି ସେ କିଛି ବେଆଇନ କରିନାହାନ୍ତି ବୋଲି କହିଥିଲେ । ପୁଣେ କେଲକ୍ଟରେଟରେ ନିୟୋଜିତ ଥିବା ବେଳେ ପୂଜା ବିଭିନ୍ନ ଦାବି ଏବଂ ତାଙ୍କ ବ୍ୟକ୍ତିଗତ ଅଡି କାରରେ ନାଲି ବତୀ ଲଗାଇ ବିବାଦକୁ ଆସିଥିଲେ । ଏହା ପରେ ତାଙ୍କୁ ୱାସିନ୍ ଟ୍ରାନ୍ସଫର କରାଯାଇଥିଲା ।