ରାହୁଲଙ୍କୁ ଯୋଗାଇଦିଆଯାଉ ସୁରକ୍ଷା: ଅମିତ୍‌ ଶାହଙ୍କୁ ଚିଠି ଲେଖି ସୁରକ୍ଷା ମାଗିଲା କଂଗ୍ରେସ

Published By : Prameya-News7 Bureau | December 28, 2022 IST

ନୂଆଦିଲ୍ଳୀ, ୨୮/୧୨: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାର ସୁରକ୍ଷାରେ ବାରମ୍ବାର ତ୍ରୁଟି ହେବାର ଅଭିଯୋଗ କରିଆସୁଛି କଂଗ୍ରେସ। ଏବେ କଂଗ୍ରେସ ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଚିଠି ଲେଖିଛନ୍ତି ଏବଂ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରିଛନ୍ତି। କଂଗ୍ରେସ କହିଛି ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଏବଂ ଅନ୍ୟ ସବୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଦରକାର।

କଂଗ୍ରେସ ମହାସଚିବ କେ ସି ବେଣୁଗୋପାଳଙ୍କ ତରଫରୁ ଲେଖି କହିଛନ୍ତି ଯେ ଭାରତ ଯୋଡ଼ୋ ଯାତ୍ରା ୨୪ ଡିସେମ୍ବରରେ ଦିଲ୍ଳୀରେ ପ୍ରବେଶ କରିବା ସମୟରେ ଅନେକ ଥର ସୁରକ୍ଷାରେ ତ୍ରୁଟି ହୋଇଛି। ଏହି ସମୟରେ ଦିଲ୍ଲୀ ପୋଲିସ ଭିଡ଼ ନିୟନ୍ତ୍ରଣ କରିବା ଏବଂ ରାହୁଲ ଗାନ୍ଧୀଙ୍କୁ ସୁରକ୍ଷା ଦେବାରେ ଅସଫଳ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ସହଯାତ୍ରୀମାନେ ରାହୁଲ ଗାନ୍ଧୀଙ୍କୁ ସୁରକ୍ଷା ଦେଇଥିଲେ। ଏହି ସମୟରେ ଦିଲ୍ଳୀ ପୋଲିସ ମୁକଦର୍ଶକ ସାଜିଥିଲା। କେବଳ ସେତିକି ନୁହେଁ ଏଜେନ୍ସୀମାନେ ଲୋକଙ୍କୁ ଯାତ୍ରାରେ ସାମିଲ ହେବାକୁ ରୋକୁଛନ୍ତି। ସେ କହିଛନ୍ତି ଯେ ଯାତ୍ରାରେ ଭାଗ ନେଉଥିବା ବ୍ୟକ୍ତିଙ୍କୁ ଅଯଥା ହଇରାଣ ହରକତ କରିବାକୁ ଚେଷ୍ଟା କରାଯାଉଛି।

ବେଣୁଗୋପାଳ ଆହୁରି କହିଛନ୍ତି ଆମେ ୨୩ ଡିସେମ୍ବରରେ ହରିୟାଣାର ସିଟି ପୋଲିସ ଥାନାରେ ମାମଲା କରାଯାଇଥିଲା। ଯେଉଁଥିରେ ହରିୟାଣାର କିଛି ଗୁଇନ୍ଦା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ରୁଜୁ କରାଯାଇଛି। ଏହି ଅଧିକାରୀମାନେ ଅବୈଧ ଭାବରେ ଯାତ୍ରାରେ ପଶିଥିଲେ। ଏହା ସହ ସେ ଏହି ଚିଠିରେ କଂଗ୍ରେସର ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ମଧ୍ୟ ଉଠାଇଥିଲେ। ତେବେ ଆଗାମୀ ପର୍ଯ୍ୟାୟରେ ଭାରତ ଯୋଡ଼ୋ ଯାତ୍ରା ପଞ୍ଜାବ ଏବଂ ଜମ୍ମୁ-କଶ୍ମୀର ଭଳି ସମ୍ବେଦନଶୀଳ ରାଜ୍ୟରେ ପହଞ୍ଚିବ। ତେଣୁ ରାହୁଲ ଗାନ୍ଧୀ ଏବଂ ସହଯାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ବେଣୁଗୋପଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.