ଗର୍ବର ମୁହୂର୍ତ୍ତ, ସାମନାକୁ ଆସିଲା ଦେଶର ପ୍ରଥମ ମହିଳା ଏନଡିଏ କ୍ୟାଡେଟ୍ସ ବ୍ୟାଚ୍‌ର ଫଟୋ

Published By : Prameya-News7 Bureau | December 03, 2022 IST

ନୂଆଦିଲ୍ଲୀ: ଭାରତୀୟ ସେନାର ଦକ୍ଷିଣ କମାଣ୍ଡ ରାଷ୍ଟ୍ରୀୟ ରକ୍ଷା ଏକାଡେମୀ (ଏନଡିଏ)ର ପ୍ରଥମ ମହିଳା କ୍ୟାଡେଟ୍ସ ବ୍ୟାଚର ଫଟୋ ସେୟାର କରିଛି । ଏହି ବ୍ୟାଚରେ ସାରା ଦେଶରୁ ୧୯ ମହିଳା କ୍ୟାଡେଟକୁ ବଛାଯାଇଛି । ଏହି ମହିଳା କ୍ୟାଡେଟ୍ସ ତିନି ବର୍ଷ ଯାଏ ପୁରୁଷ କ୍ୟାଡେଟ୍ସଙ୍କ ପରି ଟ୍ରେନିଂ ନେବେ । ଏହାପରେ ସମସ୍ତଙ୍କୁ କମିଶନ କରାଯିବ। ଉଲ୍ଲେଖଯୋଗ୍ୟ ଯେ ୨୦୨୨ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁନେର ଖଡକବାସଲାରେ ଏକ ଜେଣ୍ଡର ନ୍ୟୁଟ୍ରଲ ଏକାଡେମୀ ନିର୍ମାଣ କରାଯାଇଛି ।

ଚଳିତ ସପ୍ତାହରେ ଭାରତୀୟ ସେନାର ଦକ୍ଷିଣ କମାଣ୍ଡ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଅଜୟ କୁମାର ସିଂ ଏହି କ୍ୟାଡେଟମାନଙ୍କୁ ଭେଟିଥିଲେ। ୨୦୨୨ ଜୁନରେ ୧୯ ମହିଳା କ୍ୟାଡେଟ୍ସ ପୁନେ ସ୍ଥିତ ଏକାଡେମୀରେ ପ୍ରବେଶ କରିଥିଲେ । ଏଥିରେ ୧୦ ସ୍ଥଳସେନା, ଛଅ ବାୟୁସେନା ଏବଂ ତିନି ନୌସେନା କ୍ୟାଡେଟ୍ସ ସାମିଲ ଅଛନ୍ତି । ମହିଳା କ୍ୟାଡେଟ୍ସଙ୍କ ପ୍ରଥମ ବ୍ୟାଚ୍ ୨୦୨୫ ମଇ ମାସରେ ବାହାରିବ।

ରିପୋର୍ଟ ଅନୁସାରେ, ୨୦୨୧ ନଭେମ୍ୱରରେ ୧.୭୭ ଲକ୍ଷ ମହିଳା ଲିଖିତ ପରୀକ୍ଷା ଦେଇଥିଲେ, ଏଥିରୁ ମାତ୍ର ୧୯ ଜଣଙ୍କୁ ଚୟନ କରାଯାଇଛି । ବର୍ଷରେ ଦୁଇ ଥର ଏପ୍ରିଲ ଏବଂ ସେପ୍ଟେମ୍ୱର ମାସରେ ଏନଡିଏ ପରୀକ୍ଷା ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.