ଚିରଞ୍ଜୀବଙ୍କ ନିଲମ୍ବନ ପ୍ରତିବାଦରେ ଜଗତସିଂହପୁରରେ ବିକ୍ଷୋଭ ପ୍ରଦର୍ଶନ, ଶରତ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ

Published By : Prameya-News7 Bureau | July 15, 2023 IST

ଜଗତସିଂହପୁର: ଆଜି ଜଗତସିଂହପୁରର ପୂର୍ବତନ ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ କଂଗ୍ରେସରୁ  ନିଲମ୍ବନ ହେବା ପରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଜଗତସିଂହପୁର ଜିଲ୍ଲା ସମେତ ସାରା ରାଜ୍ୟର ଜଣେ ସଚ୍ଚୋଟ ଜନପ୍ରିୟ ନେତା ଭାବରେ ଚିରଞ୍ଜୀବ ବିଶ୍ୱାଳ ରହିଥିବା ବେଳେ ପିସିସି ସଭାପତି ଶରତ ପଟନାୟକ ତାଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ମିଥ୍ୟା ଅଭିଯୋଗ ଦଳ ପାଇଁ କ୍ଷତି ପହଞ୍ଚିଛି।

wp:heading {"level":3}

ଅଧିକ ପଢନ୍ତୁ- କଟକ ରାଜନୀତିରେ ବଦଳିବ କି ସମୀକରଣ ? ଦ୍ରୌପଦୀଙ୍କୁ ମୋକିମ୍‌ଙ୍କ ଭୋଟ୍‌ ପରେ ବଢିଲା ଚର୍ଚ୍ଚା

/wp:heading

ଶରତ ପଟ୍ଟନାୟକଙ୍କ ଏହି ଚକ୍ରାନ୍ତ ବିରୋଧରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହିତ ଜଗତସିଂହପୁର ଜିଲ୍ଲା କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଶରତ ପଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଯଦି ଏହାର ପୁନଃ ବିଚାର କରାନଯାଏ ତେବେ ଆଗାମୀ ଦିନରେ କଂଗ୍ରେସ ଜୋରଦାର ଆନ୍ଦୋଳନ କରିବା ସହିତ ଆବଶ୍ୟକ ପଡ଼ିଲେ ଜିଲ୍ଲାର ସମସ୍ତ କଂଗ୍ରେସ ସମର୍ଥିତ ଜନ ପ୍ରତିନିଧି ଓ କର୍ମୀ କଂଗ୍ରେସ ଦଳରୁ ସମୂହ ଇସ୍ତଫା ଦେଇପାରନ୍ତି ବୋଲି ଚେତାବନୀ ଦେଇଛନ୍ତି ।

{"id":817495,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ, କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ୍ ସସପେଣ୍ଡ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଏଆଇସିସି ପ୍ରେସ୍ ରିଲିଜରେ ସୂଚନା ଦେଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୋଧରେ ଏହି ଆକ୍ସନ ନିଆଯାଇଛି ।

wp:heading {"level":3}

ଅଧିକ ପଢନ୍ତୁ- ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ, ପିସିସି ସଭାପତିଙ୍କ ଦମ୍‌ ଥିବା ଦରକାର-ତାରା ବାହିନୀପତି

/wp:heading

ଏଆଇସିସି ଅନୁସାରେ ପିସିସି ଅଧ୍ୟକ୍ଷ ଶରତ ପଟ୍ଟନାୟକ, ବିଧାୟକ ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କ ନାଁରେ ଦଳ  ବିରୋଧୀ ଅଭିଯୋଗ କରିଥିଲେ । ଘଟଣା ଶୃଙ୍ଖଳା ଆକ୍ସନ କମିଟିକୁ ପଠାଯାଇଥିଲା । ଏହା ଉପରେ ଡିଏସି ନୋଟିସ୍ ଜାରି ଉଭୟଙ୍କଠାରୁ ଉତ୍ତର ଲୋଡ଼ିଥିଲା । ତେବେ ମିଳିଥିବା ଉତ୍ତର ସନ୍ତୋଷଜନକ ନଥିଲା ବୋଲି ଏଥିରେ କୁହାଯାଇଛି । ଡିଏସିର ନିଷ୍ପତ୍ତିକ୍ରମେ ପାର୍ଟି ଉଭୟଙ୍କ ତତ୍କାଳ ପ୍ରଭାବରୁ ସସପେଣ୍ଡ କରିଥିବା ଏଆଇସିସି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.