ନୂଆ ମଦ ବାର୍‌ ଖୋଲିବାକୁ ତିବ୍ର ବିରୋଧ; ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରି ଦାବିପତ୍ର ଦେଲେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା

Published By : Prameya-News7 Bureau | August 16, 2022 IST

ନୀଳଗିରି ୧୬/୦୮: ନୀଳଗିରିରେ ପୁଣି ଖୋଲିବ ମଦ ବାର୍‌। ନୀଳଗିରି ଏନଏସିରେ ନୂଆ ମଦ ବାର୍‌ ଖୋଲିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ଏହାକୁ ବିରୋଧ ମଙ୍ଗଳବାର କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଛନ୍ତି। ଖବର ଅନୁସାରେ, ନୀଳଗିରି ଏନଏସି ଅଧୀନରେ ଥିବା ୭ ନମ୍ବର ୱାର୍ଡର ଏସଆର ପେଟ୍ରୋଲ ପମ୍ପ ପାଖରେ ଗୋଟିଏ ନୂଆ ମଦ ବାର୍‌ ଖୋଲିବା ନେଇ ଯୋଜନା ଆରମ୍ଭ ହୋଇଛି।

ପଡ଼ୋସୀ ଭଦ୍ରକର ବାସୁଦେବପୁର ଅଞ୍ଚଳର ଜଣେ ବ୍ୟକ୍ତି ବାର୍‌ ଖୋଲିବା ପାଇଁ ଆବେଦନ କରିଥିବା ଜଣା ପଡ଼ିଛି। କିନ୍ତୁ ଯେଉଁ ଘରେ ବାର୍‌ ହେବ ତାହା ରାଜ୍ୟ ରାଜପଥ ପାଖରେ ରହିଥିବା ବେଳେ ତା ଉପରେ ୬୬୦ହଜାର ଭୋଲ୍ଟେଜରେ ୬ଟି ବିଦ୍ୟୁତ ତାର ମଧ୍ୟ ଯାଇଛି। ସେହି ଘର ପାଖରେ ପେଟ୍ରୋଲ ଟାଙ୍କି ଓ ମନ୍ଦିର ରହିଛି। ତେଣୁ ଏହି ମଦ ଦୋକାନ ଖୋଲିବାକୁ ଆଖପାଖ ଅଞ୍ଚଳର ଗାଁ ଲୋକମାନେ ତୀବ୍ର ବିରୋଧ କରିଛନ୍ତି। । ଏହି ନୂଆ ମଦ ଦୋକନ ହେବାକୁ ସ୍ଥାନୀୟ ବିଧାୟକ ବିଧାୟକ ସୁକାନ୍ତ କୁମାର ନାୟକ ମଧ୍ୟ ବିରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.