ତାଳଚେର: ଏମ.ସି.ଏଲର ଠିକା ସୁରକ୍ଷାକର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | December 27, 2020 IST

ତାଳଚେର୨୭/୧୨: ତାଳଚେର କୋଲିୟାରୀ ଥାନା ଆଗରେ ଏମ.ସି.ଏଲର ଠିକା ସୁରକ୍ଷାକର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୃତୟନ। ବଲଣ୍ଡା କୋଇଲା ଖଣିରେ କାର୍ଯ୍ୟରତ ଠିକା ସୁରକ୍ଷା କର୍ମୀମାନେ ଠିକ ଭାବେ ଡ୍ୟୁଟି ପାଉ ନଥିବାବେଳେ ଏମିସିଏଲର ନିଜସ୍ୱ ସୁରକ୍ଷା ଅଧିକାରୀ ପୁଣି କିଛି ଲୋକଙ୍କୁ ସୁରକ୍ଷାକାର୍ଯ୍ୟରେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଠିକା ସଂସ୍ଥାର କର୍ମଚାରୀମାନେ ବିରୋଧ କରିଛନ୍ତି।

ଯାହାଫଳରେ ଏମିସିଏଲର କର୍ମଚାରୀ ଓ ଠିକା କର୍ମଚାରୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାକୁ ନେଇ ଏମସିଏଲର ସୁରକ୍ଷା ଅଧିକାରୀ କୋଲିୟରୀ ଥାନାରେ ଅଭିଯୋଗ କରିଥିଲେ। ଫଳରେ ଠିକା ସଂସ୍ଥାର କିଛି ଲୋକଙ୍କୁ ଥାନାରେ ଅଟକ ରଖିଥିବା ଯୋଗୁଁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଥାନା ଆଗରେ ବ୍ୟାପକ ପୋଲିସ ମୃତୟନ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.