Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗଙ୍ଗାରେ କୁସ୍ତିଯୋଦ୍ଧାଙ୍କ ପଦକ ବିସର୍ଜନ ଘୋଷଣା ପରେ ଉଠିଲା ପ୍ରଶ୍ନ, ଗଙ୍ଗା ସଭାର ବିରୋଧ; ସରକାରଙ୍କୁ ୫ ଦିନର ସମୟ

30/05/2023 at 8:40 PM

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘରେ ବିରୋଧ ଥମିବାର ନାଁ ଧରୁ ନାହିଁ । ସଂଘର ଅଧ୍ୟକ୍ଷ ବୃଜଭଷଣ ଶରଣ ସିଂଙ୍କ ଗିରଫଦାରୀ ଯିଦରେ ଅଟଳ ଥିବା କୁସ୍ତିଯୋଦ୍ଧାମାନେ ନିଜ ଅସନ୍ତୋଷ ପ୍ରକାଶ କରିବା ସହ ମେଡାଲ ଗଙ୍ଗାରେ ବିସର୍ଜନ ନେଇ ଘୋଷଣା କରିଛନ୍ତି । କୁସ୍ତିଯୋଦ୍ଧାଙ୍କ ଘୋଷଣା ସହ ହରିଦ୍ୱାରରେ ବିରୋଧ ଆରମ୍ଭ ହୋଇଯାଇଛି ।

ମଙ୍ଗଳବାର ସଂଧ୍ୟାରେ ହରକି ପେଡିର ଭାଗୀରଥି ପୋଲ ନିକଟରେ ମାଲଭୀୟ ଘାଟ ନିକଟରେ ପହଞ୍ଚିବା ପରେ କୁସ୍ତିଯୋଦ୍ଧାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । କିସାନ ୟୁନିୟନର ରାଷ୍ଟ୍ରୀୟ ଅଧ୍ୟକ୍ଷ ନରେଶ ଟିକାୟତଙ୍କ ସମର୍ଥନ ପରେ କୁସ୍ତିଯୋଦ୍ଧା ମେଡାଲକୁ ବିସର୍ଜନ ନ କରି ଫେରିଆସିଛନ୍ତି । ନରେଶ ଟିକାୟତ ମେଡାଲଗୁଡିକୁ ନିକ ପାଖରେ ରଖିଛନ୍ତି । ଏହାସହ ସରକାରଙ୍କୁ ପାଞ୍ଚ ଦିନର ସମୟ ଦିଆଯାଇଛି । ତେବେ ଏହା ପୂର୍ବରୁ ଗଙ୍ଗା ସଭାର ପଦାଧିକାରୀମାନେ କୁସ୍ତିଯୋଦ୍ଧାଙ୍କୁ ନିଜ ପଦକକୁ ଗଙ୍ଗାରେ ବିସର୍ଜନ ନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସମୟରେ କଂଗ୍ରେସ ନେତା ଏବଂ କର୍ମୀ ଖେଳାଳି ସମର୍ଥନରେ ସେଠାରେ ଉପସ୍ଥିତ ରହିଥିଲେ ।

ଶ୍ରୀଗଙ୍ଗା ସଭାର ଅଧ୍ୟକ୍ଷ ନୀତୀନ ଗୌତମ କହିଛନ୍ତି ଯେ ଖେଳାଳିଙ୍କୁ ହରକି ପେଡି ବ୍ରହ୍ମକୁଣ୍ଡରୁ ପଦକକୁ ଗଙ୍ଗାରେ ବିସର୍ଜନ କରିବାକୁ ଦିଆଯିବ ନାହିଁ । ସେ କହିଛନ୍ତି ଯେ ଖେଳାଳିଙ୍କ ପାଇଁ ସମ୍ମାନ ରହିଛି । ଖେଳାଳି ଆସନ୍ତୁ ପୂଜା କରନ୍ତୁ, ଆଳତୀରେ ସାମିଲ ହୁଅନ୍ତୁ । ଗଙ୍ଗା ସଭା ସ୍ୱାଗତ କରିବ । ହରକି ପେଡିକୁ ରାଜନୀତିର ଆଖାଡା କରା ନଯାଉ ।

READ ALSO: ଟ୍ୱିଟ୍ କରି ଭିନେଶ ଫୋଗାଟଙ୍କ ବଡ଼ ଘୋଷଣା, କହିଲେ- ଗଙ୍ଗାରେ ଭସେଇ ଦେବେ ଅଲିମ୍ପିକ ମେଡାଲ

   Related Posts