ହିନ୍ଦୀ ଭାଷାକୁ ବିରୋଧ କରି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ୮୨ ବର୍ଷୀୟ କୃଷକ

Published By : Prameya-News7 Bureau | November 26, 2022 IST

ନୂଆଦିଲ୍ଲୀ: ହିନ୍ଦୀ ଭାଷା ପ୍ରତି ଦକ୍ଷିଣୀ ବିରୋଧରେ ପୁଣି ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ପାଠ୍ୟକ୍ରମରେ ହିନ୍ଦୀଭାଷାକୁ ବିରୋଧ କରି ଜଣେ ୮୫ ବର୍ଷୀୟ ତାମିଲ୍ ଭାଷୀ କୃଷକ ଆତ୍ମହତ୍ୟା କରିଛନ୍ତି।

ତାମିଲନାଡୁ ସାଲେମି ଜିଲ୍ଲାର ୮୫ ବର୍ଷୀୟ ପୂର୍ବତନ କୃଷୀ ସଂଘ ଆୟୋଜକ ଥାନଗାବେଲ୍‌ ଏନେଇ ଥାଲାୟୁରରେ ଥବା ଶାସକ ଦଳ ଡିଏମ୍‌କେ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ସକାଳେ ସେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଡିଏମ୍‌କେ ଦଳର ଜଣେ ସଦସ୍ୟଙ୍କ ସୂଚନା ଅନୁସାରେ, କେନ୍ଦ୍ର ସରକାର ହିନ୍ଦୀକୁ ଶିକ୍ଷାର ମାଧ୍ୟମ କରିବାକୁ ଯୋଜନା କରୁଥିବା ବେଳେ ଏହାକୁ ସେ ବିରୋଧ କରିଥିଲେ। ଏଥିପାଇଁ ସେ ଦିନ ୧୧ ବେଳେ ଡିଏମ୍‌କେ ପାର୍ଟି ଅଫିସ୍‌ରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଛନ୍ତି ଦଳର ଜଣେ ସଦସ୍ୟ କହିଛନ୍ତି।

ବିକ୍ଷୋଭ ପ୍ରଦର୍ଶନ ବେଳେ ଥାନଗାବେଲ ହାତରେ ଏକ ବ୍ୟାନର ଧରିଥିଲେ। ଯେଉଁଥିରେ ଲେଖାଥିଲା- “ ମୋଦୀ ସରକାର, କେନ୍ଦ୍ର ସରକାର, ଆମେ ହିନ୍ଦୀ ଚାହୁଁନାହୁଁ। ଆମର ମାତୃଭାଷା ହେଲା ତାମିଲ୍। ଆଉ ହିନ୍ଦୀ ଜୋକରାମାନଙ୍କର ଭାଷା। ପାଠ୍ୟକ୍ରମରେ  ହିନ୍ଦୀଭାଷାକୁ ଲଦିବା ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବ। ହିନ୍ଦୀରୁ ମୁକ୍ତି ଦିଅ। ହିନ୍ଦୀରୁ ମୁକ୍ତି ଦିଅ। ହିନ୍ଦୀରୁ ମୁକ୍ତି ଦିଅ।”

ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶାସକ ଦଳର ନେତା। ଡିଏମ୍‌କେ ଯୁବ ଶାଖା ସଚିବ ଏବଂ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନୀଧି ଷ୍ଟାଲିନ୍‌ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବେ ଚେତାବନୀ ଦେଇଛନ୍ତି। ଯଦି ରାଜ୍ୟଗୁଡ଼ିକୁ ଉପରେ ହିନ୍ଦୀ ଭାଷାକୁ ଲଦାଯାଏ ତେବେ ଦଳ ଦିଲ୍ଲୀରେ କେନ୍ଦ୍ର ସରକାର ଓ ବିଜେପି ବିରୋଧରେ ବିକ୍ଷୋଭ କରିବ ବୋଲି ଉଦୟନୀଧି କହିଛନ୍ତି। ଏନେଇ ଆଜି ଏକ ଆନ୍ଦୋଳନ ବି ହୋଇଥିଲା।

ହିନ୍ଦୀକୁ ନେଇ ଏକ ସଂସଦୀୟ କମିଟିଙ୍କର ପ୍ରସ୍ତାବ ପରେ ଏହାକୁ ବିରୋଧ ରାଯାଇଥିଲା। ଟେକ୍ନିକାଲ ଓ ଅଣଟେକ୍ନିକାଲ ଉଚ୍ଚ ଶିକ୍ଷା ସଂସ୍ଥାନ ଯଥା ଆଇଆଇଟି ଭଳି ଶିକ୍ଷାନୁଷ୍ଠାନଗୁଡ଼ିକରେ ନିର୍ଦ୍ଦେଶାବଳୀର ମାଧ୍ୟମର ହିନ୍ଦୀ ହେବା ଦରକାର। ଭାରତ ପାଇଁ ହିନ୍ଦୀ ଗୋଟିଏ ମାତ୍ର ସରକାରୀ ଭାଷା ହେବା ଦରକାର ବୋଲି କମିଟି ସୁପାରିଶ କରିଥିଲେ। ଏହାପରେ ଘଟଣାରେ ବିରୋଧ ତେଜିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.