scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଏମ୍‌ଏସ୍‌ପି ଦାବି କରି ଆନ୍ଦୋଳନକୁ ଓହ୍ଲାଇଲେ ଚେଷୀ; କୁରୁକ୍ଷେତ୍ର-ଦିଲ୍ଲୀ ଜାତୀୟ ରାଜପଥ ବନ୍ଦ

12/06/2023 at 5:05 PM

ନୂଆଦିଲ୍ଲୀ: ହରିଆଣା ସରକାରଙ୍କ ବିରୋଧରେ ଚାଷୀଙ୍କ ମହାମେଳି। ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କଲେ। ଟ୍ରାକ୍ଟର ଥୋଇ ଚକା ଜାମ କଲେ। ହରିଆଣା ସରକାର ଏମ୍‌ଏସ୍‌ପିରେ ସୂର୍ଯ୍ୟମୁଖୀ ମଞ୍ଜି କିଣିବେ ନାହିଁ ବୋଲି ନିଷ୍ପତ୍ତି ନେବା ପରେ ସରକାରଙ୍କୁ ମଜା ଚଖେଇବାକୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛି ଚାଷୀ।  

ଏମ୍‌ଏସ୍‌ପି ଦାବିରେ ଆଜି ହରିଆଣା କୁରୁକ୍ଷେତ୍ର ରାସ୍ତାରେ ଟ୍ରାକ୍ଟର ଥୋଇ ରାସ୍ତ ଅବରୋଧ କରାଯାଇଛି। ଏହା ପୂର୍ବରୁ ହରିଆଣା ସରକାର ବିରୋଧରେ ସୋମବାର ମହାପଞ୍ଚାୟତ ବସିଥିଲା। ପଞ୍ଚାୟତର ନିଷ୍ପତ୍ତି କ୍ରମେ ଚାଷୀମାନେ ଆନ୍ଦୋଳନ ଓହ୍ଲାଇଛନ୍ତି।

Haryana: Farmers block national highway at Pipli, hold rally against  Centre's farm ordinances | India News,The Indian Express

ପଢ଼ନ୍ତୁ- ଦିଲ୍ଲୀ​ରେ ଚାଲିପାରିବନି ଓଲା-ଉବର-ରାପିଡେ, ବାଇକ୍‌ ଟାକ୍ସିକୁ ସୁପ୍ରିମକୋର୍ଟଙ୍କ ଝଟକା

ସୂର୍ଯ୍ୟମୁଖୀ ମଞ୍ଜିରେ ଏମ୍‌ଏସ୍‌ପି ସହ ଅନ୍ୟ ଦାବି ନେଇ କୃଷକମାନେ ଆଜି ଜାତୀୟ ରାଜପଥରେ ପହଞ୍ଚିଥିଲେ। ପିପ୍ଲି ଓ  କୁରୁକ୍ଷେତ୍ର ଜିଲ୍ଲା ମଝିରେ ଥିବା ଏକ ଫ୍ଲାଏଓଭରରେ ଏକାଠି ହୋଇଥିଲେ। ତା ପୂର୍ବରୁ ହୋଇଥିବା ମହାପଞ୍ଚାୟତରେ କୃଷକ ନେତାଙ୍କ ସମେତ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ମଧ୍ୟ ଉପସ୍ଥିତ ଥିଲେ।

ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନରେ କୃଷକ ସଂଗଠନ ସହଯୋଗ କରିଥିବାରୁ ପୁନିଆ ମଧ୍ୟ କୃଷକଙ୍କ ମହାପଞ୍ଚାୟତରେ ସାମିଲ୍ ହୋଇଥିଲେ। କୁରୁକ୍ଷେତ୍ରରେ ମହାପଞ୍ଚାୟତ ବସିବା ପରେ ଦିଲ୍ଲୀ-ଚଣ୍ଡିଗଡ଼ ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।  

Farmers protest in Haryana and Punjab: What has happened so far - Hindustan  Times

ଆନ୍ଦୋଳନରତ ଚାଷୀଙ୍କ ଅଭିଯୋଗ ହେଲା ଯେ ହରିଆଣା ସରକାର ଏମ୍‌ଏସ୍‌ପିରେ ସୂର୍ଯ୍ୟମୁଖୀ ମଞ୍ଜି କିଣୁ ନାହାନ୍ତି। ଘରୋଇ ସସ୍ଥାକୁ ଶସ୍ତା ଦରରେ ମଞ୍ଜି ବିକ୍ରି କରିବାକୁ ବାଧ୍ୟ କରିଛନ୍ତି ବୋଲି ଚୋଷୀ ଅଭିଯୋଗ କରିଛନ୍ତି। ଘରୋଇ ସଂସ୍ଥାମାନେ କ୍ୱିଣ୍ଟାଲ ପିଛା ୪ ହଜାର ନେଉଥିବା ବେଳେ ଏହାର ଏମ୍‌ଏସ୍‌ପି ୬,୪୦୦ ରହିଛି। ତେଣୁ ସରକାର ଚାଷୀଙ୍କ ଠାରୁ ଏମ୍‌ଏସ୍‌ପି ମୂଲ୍ୟ ୬୪୦୦ ଟଙ୍କାରେ ସୂର୍ଯ୍ୟମୁଖୀ ମଞ୍ଜି କିଣନ୍ତୁ ବୋଲି ଆନ୍ଦୋଳନରତ କୃଷକମାନେ ଦାବି କରିଛନ୍ତି।

Haryana farmers block highways including NH 344 over farm bills | Latest  News India - Hindustan Times

ପ୍ରିୟଙ୍କା- ୨୨୦ ମାସରେ ୨୨୫ ଦୁର୍ନୀତି, ଏ ହେଉଛି ବିଜେପିର ଡବଲ ଇଞ୍ଜିନ ସରକାରର କାମ: ପ୍ରିୟଙ୍କା ଗାନ୍ଧୀ

ଏମ୍‌ଏସ୍‌ପି ବୃଦ୍ଧି ନେଇ କୃଷକମାନେ ହରିଆଣା ସରକାରଙ୍କୁ ବାରମ୍ବାର ଜଣାଇଥିଲେ। କିଛି ଫଳ ନ ମିଳିବାରୁ ଜୁନ ୭ ତାରିଖରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ହେଲେ ପୁଲିସ ଲାଠି ଚାର୍ଜ କରି ସେମାନଙ୍କୁ ଘୌଡ଼ାଇ ଦେଇଥିଲେ। ଏହାପରେ ୯ ଜଣ ଭାରତୀୟ କୃଷକ ସଂଗଠନର ୯ ଜଣଙ୍କ ନେତାଙ୍କୁ ଗିରଫ କରିଥିଲା ପୁଲିସ। ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ମଧ୍ୟ କରିଛି।

Haryana farmers demanding MSP on sunflower seeds block Delhi-Amritsar  highway

   Related Posts