୧୫ ଦିନ ହେଲା ଆସୁନି ପାଣି, ରାଜପଥ ଅବରୋଧ କଲେ ଗ୍ରାମବାସୀ

Published By : Prameya-News7 Bureau | May 22, 2024 IST

ବ୍ରହ୍ମପୁର ୨୨।୫: ପାଣିକୁ ନେଇ ରାଜପଥରେ ଗ୍ରାମବାସୀ । ଆଜିକୁ ପ୍ରାୟ ୧୫ ଦିନ ହେଲା ପାଣି ଆସୁନି ବୋଲି ରତନପୁର ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିଥିଲେ । ଯାତାୟତରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । 

ଏନଏଚ୍‌-୨୧୬ ବ୍ରହ୍ମପୁର-ଆସିକା ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ I ରାସ୍ତା ଅବରୋଧ ଯୋଗୁଁ ରାସ୍ତାରେ ଗାଡ଼ିମଟର ଅଟକି ରହିଥିଲା । କିଛି ସମୟ ପାଇଁ ଆନ୍ଦୋଳନ କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

You Can Read :

ଶୌଚ ପାଇଁ ଯାଉଥିବା ବେଳେ ଆକ୍ରମଣ କଲା ଭାଲୁ : ଜଣେ ଗୁରୁତର, ଜଣେ ଆହତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.