oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଆର୍‌ଆର୍‌ବି-ଏନ୍‌ଟିପିସି ଫଳାଫଳକୁ ନେଇ ଆନ୍ଦୋଳନ, ଟ୍ରେନ୍‌ରେ ନିଆଁ ଲଗାଇଦେଲେ ଅସନ୍ତୁଷ୍ଟ ଆଶାୟୀ

26/01/2022 at 2:58 PM

ଗୟା, ୨୬/୦୧: ବିହାରରେ ରେଲ୍‌ୱେ ରିକ୍ର୍ୟୁଟ୍‌ମେଣ୍ଟ୍‌ ବୋର୍ଡ ଆୟୋଜିତ ନନ୍‌ ଟେକ୍ନିକାଲ୍‌ ପପୁଲାର କ୍ୟାଟେଗୋରି ପରୀକ୍ଷାର ଫଳାଫଳକୁ ନେଇ ତିନିଦିନ ଧରି ଆନ୍ଦୋଳନ ଜାରି ରହିଛି । ଡିଡିୟୁ ରେଳ ମଣ୍ଡଳର ଗୟା ଜନ୍‌କ୍ସନରେ ବୁଧବାର ପରୀକ୍ଷାରେ ତ୍ରୁଟି ଅଭିଯୋଗରେ ଆନ୍ଦୋଳନକାରୀ ଆଶାୟୀ ଭଙ୍ଗାରୁଜା ଭଳି ସ୍ଥିତି ଉପୁଜାଇଛନ୍ତି । ଏହି ସମୟରେ ଗୟା ଜନ୍‌କ୍ସନର କରିମ୍‌ଗଞ୍ଜ ୟାର୍ଡରେ ଛିଡ଼ା ହୋଇଥିବା ଏମ୍‌ଟି କୋଚ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ କୋଚ୍‌ଟି ଜଳି ଯାଇଥିବା ଦେଖିବାକୁ ମିଳିଛି ।

ଆକ୍ରୋଶିତ ଆଶାୟୀମାନେ ରେଳ ଟ୍ରାକ୍‌ ଜାମ୍‌ କରିଦେଇଛନ୍ତି । ଆନ୍ଦୋଳନ ଏବେ ଉଗ୍ର ରୁପ ଧାରଣ କରିଛି । ଆନ୍ଦୋଳନକାରୀଙ୍କୁ ଆୟତରେ ରଖିବା ପାଇଁ ଆର୍‌ପିଏଫ୍‌, ଜିଆର୍‌ପି ଏବଂ ଜିଲ୍ଲା ପୋଲିସ୍‌ର ଅଧିକାରୀଙ୍କ ନେତୃତ୍ୱରେ ଯବାନଙ୍କୁ ନିୟୋଜିତ କରାଯାଇଛି । କୋଚ୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି । ଫଳରେ ଅନ୍ୟ କୋଚ୍‌ ଗୁଡ଼ିକ ନିଆଁ ଲାଗିବାରୁ ବର୍ତ୍ତି ଯାଇଛି ।  


ଅନ୍ୟପଟେ ପରୀକ୍ଷାର୍ଥୀଙ୍କ ବିରୋଧ ରେଲ୍‌ୱେ ପରୀକ୍ଷାକୁ ସ୍ଥଗିତ ରଖିଛି ।  ବିଭାଗ ପ୍ରଦର୍ଶନକାରୀ ପରୀକ୍ଷାର୍ଥୀଙ୍କ ଅଭିଯୋଗ ଯାଞ୍ଚ କରିବା ପାଇଁ କମିଟି ଗଠନ କରିଛି । ପରୀକ୍ଷାର୍ଥୀଙ୍କ ଅଭିଯୋଗ ବିଚାର କରିବା ପରେ ଏହାର ରିପୋର୍ଟ ରେଳ ମନ୍ତ୍ରଣାଳୟକୁ ପ୍ରଦାନ କରିବ ।

   Related Posts