ବିଡିଓଙ୍କ ବଦଳି ପ୍ରତିବାଦରେ ଧାରଣା

Published By : Prameya-News7 Bureau | August 17, 2022 IST

ସୋର ୧୭।୮: ବିଡ଼ିଓଙ୍କ ବଦଳି ପ୍ରତିବାଦରେ ଧାରଣାରେ ବସିଲେ ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ ସର୍ବଦଳୀୟ କର୍ମକର୍ତ୍ତା । ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣ ଧାରଣାରେ ବସିଛନ୍ତି ।

ଔପଦା ଏକ ଉପାନ୍ତ ଆଦିବାସୀ ବହୁଳ ବ୍ଲକ୍ ହୋଇଥିବାରୁ ଦୁଇ ମାସ ପୂର୍ବେ ବିଡ଼ିଓ ଅଭିଷେକ ଦାସଙ୍କୁ ନିଯୁକ୍ତି ମିଳିଥିଲା । ଦୁଇ ମାସ ମଧ୍ୟରେ ଅଭିଷେକ ଦାସଙ୍କର ବ୍ଲକରେ ଉନ୍ନତିମୂଳକ କାର୍ଯ୍ୟ ଓ ତାଙ୍କ କାର୍ଯ୍ୟର ଦକ୍ଷତା ଥିବାର ଅଞ୍ଚଳବାସୀ ଦାବି କରୁଛନ୍ତି । ହଠାତ୍ କୌଣସି କାରଣ ନ ଥାଇ  ବିଡିଓଙ୍କୁ  ଅନ୍ୟତ୍ର  ବଦଳି ପାଇଁ  ଜନସାଧାରଣ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଯାହାର ପ୍ରତିବାଦରେ ଔପଦା ବ୍ଲକ୍ ଅଫିସ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣ ଧାରଣାରେ ବସିଛନ୍ତି । ସରକାର ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହେଉଛି । ବଦଳି ବାତିଲ ନହେବା ପର୍ଯ୍ୟନ୍ତ ଧାରଣା ଅନିର୍ଦ୍ଧିଷ୍ଟ ପାଇଁ ରହିବ ବୋଲି ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଜନସାଧାରଣ  ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.